ବାଣ ତିଆରି ବେଳେ ବିସ୍ଫୋରଣ, ପତ୍ନୀ ଗୁରୁତର ପତି ହରାଇଲେ ଜୀବନ 

0

ନୟାଗଡ଼(ବିଶ୍ବଜିତ୍ ନାୟକ ) – ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାର ଗୋଡ଼ିପଡ଼ା ଫାଣ୍ଡି ଅନ୍ତର୍ଗତ ଜଗନ୍ନାଥପ୍ରସାଦ ସାହିରେ ଷୋମବାର  ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୁଚନା ଅନୁଯାୟୀ ବାଣ ତିଆରି ବେଳେ ବିସ୍ଫୋରଣ ଘଟିଛି । ଏଥୀରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।

ଗୋଡ଼ିପଡ଼ା ଥାନା ଜଗନ୍ନାଥପ୍ରସାଦ ସାହିର ଅଖିଳ ସେଠୀ ବାଣ ତିଆରି କରୁଥିବା ବେଳେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ସେଠୀ ବାରଣ୍ଡାରେ କୌଣସି ଏକ କାର୍ଯ୍ଯ କରୁଥିଲେ ।ଅଖିଳ ବାଣ ଭିଡୁଥିବା ବେଳେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଫଳରେ  ଘରଟି ସଂପୂନ୍ନ ପୋଡ଼ି ପାଉଁଶ ହୋଇଯାଇଛି ।ନୟାଗଡ଼, ରଣପୁର ଏବଂ ଶରଣକୁଳରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ମୃତଦେହକୁ ପୋଲିସ ଜବତ କରିଛି। ଆହତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଶରଣକୁଳ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.