୧୭ ବର୍ଷରୁ କମ୍ ସୁବ୍ରତୋ ମୁଖାର୍ଜି ଫୁଟବଲ ଟୁର୍ଣ୍ଣାମେଣ୍ଟ : ଭାଗ ନେବେ ଟାଉନ ହାଇସ୍କୁଲର ଛାତ୍ର

0

 ବଲାଙ୍ଗିର (ନିରୋଜ ମିଶ୍ର) ସୁନ୍ଦରଗଡ ଜିଲ୍ଲାର ବଣାଇ ସ୍ଥିତ ଆର.ଡି.ଡି. ଉଚ୍ଚ ବିଦ୍ୟାଳୟ ଠାରେ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଥିବା ୧୭ ବର୍ଷରୁ କମ୍ ସୁବ୍ରତୋ ମୁଖାର୍ଜି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ କୋଚ୍ ସଞ୍ଜିତ ମହାନ୍ତି,ମ୍ୟାନେଜର ରାଜେନ୍ଦ୍ର ସେଠଙ୍କ ନେତୃତ୍ୱରେ ସ୍ଥାନୀୟ ଟାଉନ ହାଇସ୍କୁଲର ଛାତ୍ର ପ୍ରସନ୍ନ ବର, ଲକ୍ଷ୍ମଣ କିସାନ, ସନ୍ତୋଷ ପୁଝାରୀ, ରଘୁନାଥ ଜରିକା, ଶଶିକାନ୍ତ ପ୍ରଧାନି, ଭୂଷଣ୍ଡ ଭୋଇ, ରହିମ ବଡ, ଭିକି ଓରାମ, ସିମଲ ମୁର୍ମୁ, ପିଣ୍ଟୁ ଓରାମ୍, ମହେଶ ସିଂ କୁଅଁର, ଅଜିତ କୁମାର ବିଭାର, ଅତିସ ଓରାମ୍, ରୋମି ଓରାମ, ଲୋକନାଥ ମୁଣ୍ଡା ଓ ପିଣ୍ଟୁ କୁମାର ଓରାମ୍ ଯାଉଛନ୍ତି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅଫିସିଆଲ ଭାବରେ ନରସିଂହ ସ୍ୱାମୀ ନାଇଡୁ  ଓ ସୁଶାନ୍ତ ନାଗ ତାଙ୍କ ସହିତ ଯାତ୍ରା କରିବେ । ଦଳର ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ୱର ଲେଙ୍କା ଓ ଜିଲ୍ଲା ଶିକ୍ଷା କ୍ରୀଡା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡା ଶୁଭ କାମନା ଜଣାଇଛନ୍ତି ।

Leave A Reply

Your email address will not be published.