ଏକାଠି ହେଲେ ରାଜେନ୍ଦ୍ର କଲେଜ ପୁରାତନ ଛାତ୍ରସଂଘର ପୁର୍ବତନ ଛାତ୍ରନେତା

0

ପ୍ଲାଟିନମ ଜୁବୁଲି ଓ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ନେଇ ପ୍ରସ୍ତୁତି
ଆସନ୍ତା ଅଗଷ୍ଟ ୨୫ରେ ରାଜେନ୍ଦ୍ର କଲେଜ ପୁରାତନ ଛାତ୍ରସଂଘର ବୈଠକ

ବଲାଙ୍ଗିର(ନିରୋଜ ମିଶ୍ର) -ପଶ୍ଚିମ ଓଡିଶାର ସର୍ବପୁରାତନ ତଥା ସ୍ୱନାମଧନ୍ୟ ରାଜେନ୍ଦ୍ର କଲେଜ(ଅଟୋନୋମସ)କୁ ୭୫ବର୍ଷ ପୂର୍ତ୍ତି ହେଉଛି । ତେଣୁ ଚଳିତବର୍ଷ ରାଜେନ୍ଦ୍ର କଲେଜର ପୁରାତନ ଛାତ୍ରସଂଘ ପକ୍ଷରୁ ମହାସମାରୋହରେ ପ୍ଲାଟିନମ ଜୁବୁଲି ପାଳନ କରିବାକୁ ପ୍ରସ୍ତୁତି ଚାଲିଛି । ସେପଟେ କଲେଜକୁ ସରକାର ବିଶ୍ୱବିଦ୍ୟାଳୟ ଭାବରେ କେବଳ ଘୋଷଣା କରିଦେଇ ସମସ୍ୟାକୁ ଆଖି ବୁଜିଦେଇଛନ୍ତି । ତେଣୁ ଏବିଷୟରେ ଆଲୋଚନା କରି ପଦକ୍ଷେପ ନେବାକୁ ଆସନ୍ତା ଅଗଷ୍ଟ ୨୫ ତାରିଖରେ ରାଜେନ୍ଦ୍ର କଲେଜଠାରେ ଏକ ସାଧାରଣ ପରିଷଦ ବୈଠକ କରାଯିବାକୁ ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି । ପୁରାତନ ଛାତ୍ରସଂଘର ସଭାପତି ଲଳିତକୁମାର ନାୟକ ଓ ସଂପାଦକ ଅରବିନ୍ଦ ଦାସ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ବିଳନୀରେ କହିଛନ୍ତି ଯେ ଅଗଷ୍ଟ ୨୫ରେ ସାଧାରଣ ପରିଷଦ ବୈଠକ କରାଯାଇ ଅନେକଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ସେଠାରେ ରାଜେନ୍ଦ୍ର କଲେଜ(ଅଟୋନୋମସ)କୁ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, କଲେଜର ଅଧ୍ୟାପକ ସମସ୍ୟା ଦୂରକରିବା ଓ ଅଡିଟୋରିୟମ ସହ ଭିତ୍ତିଭୂମିର ଉନ୍ନତି କରିବାକୁ ସରକାରଙ୍କୁ ଚାପପ୍ରୟୋଗ କରାଯିବ । ଗତ କିଛିଦିନ ତଳେ ପୁରାତନ ଛାତ୍ରସଂଘର ଏକ ୭ଜଣିଆ ପ୍ରତିନିଧିଦଳ ଭୁବନେଶ୍ୱର ଯାଇ ଉଚ୍ଚଶିକ୍ଷାମନ୍ତ୍ରୀ,ସଚିବ ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବିଧାୟକଙ୍କୁ ଭେଟିଥିଲେ । ଅଧ୍ୟାପକ ସମସ୍ୟା ନେଇ ଆଲୋଚନା ବେଳେ ଏହାକୁ ଏତେଶୀଘ୍ର ସମାଧାନ କରାଯାଇ ପାରିବ ନାହିଁ ବୋଲି ସଚିବ କହିଥିଲେ । ଏହା ସହିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ କିମ୍ବା ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଭାଗକରି କିଛି ଜିଲ୍ଲାର କଲେଜକୁ ନେଇ ଏଠାରେ ବିଶ୍ୱବିଦ୍ୟାଳୟ ହେବ ସେ ବିଷୟରେ ଆସନ୍ତା ୨୫ ତାରିଖରେ ଆଲୋଚନା କରାଯିବ । ଏହି ସାମ୍ବାଦିକ ସମ୍ବିଳନୀରେ ପରେ ରାଜେନ୍ଦ୍ର କଲେଜର ପୂର୍ବତନ ଛାତ୍ରସଂସଦ ସଭାପତିମାନଙ୍କୁ ଡାକି ଆଲୁମିନିସଂଘର ସଭାପତି ଓ ସଂପାଦକ  ଏକ ବୈଠକ କରିଥିଲେ । ସେଥିରେ  ପୁରାତନ ଛାତ୍ରସଂଘର ସଭାପତି ଲଳିତ କୁମାର ନାଏକ, ସଂପାଦକ ଅରବିନ୍ଦ ଦାସ, ପୂର୍ବତନ ସଭାପତି ଗୋପାଳ ନାଏକ, ନନ୍ଦକୁମାର ଚାନ୍ଦ, ଗୌରୀଶ୍ୟମ ପଣ୍ଡା, ସୁଧିରକୁମାର ଚାନ୍ଦ, ଜୟନ୍ତ ମହାନ୍ତି, ରତନ ମହାରଣା, ଗଗନ ମହାନ୍ତି, ପ୍ରମୋଦକୁମାର ମିଶ୍ର, ହେମନ୍ତ ପଣ୍ଡା, ମଦନ ମିଶ୍ର, ଦେବାଶିଷ ବିଶ୍ୱାଳ, ଅନନ୍ତ ଦାସ, ସମୀର ସାହାଣୀ, ମନୀଷ ମିଶ୍ର, ପ୍ରଫୁଲ୍ଲକୁମାର ମିଶ୍ର, ବ୍ୟାସଦେବ ନନ୍ଦ, ଗୋପାଳ ପାଢୀ ପ୍ରମୁଖ ଯୋଗଦେଇଥିଲେ । ଆସନ୍ତା ଅଗଷ୍ଟ ୨୫ର ସାଧାରଣ ପରିଷଦ ବୈଠକରେ ବହୁସଂଖ୍ୟାରେ ପୁରାତନ ଛାତ୍ର ଯୋଗଦେଇ ମୁଲ୍ୟବାନ ମତାମତ ଦେବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.