ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭାର ବାଚସ୍ପତି କେ ରମେଶ କୁମାରଙ୍କ ଦ୍ୱାରା କଂଗ୍ରେସର ୧୭ ବାଗୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ ନିଷ୍ପତ୍ତି ସେମାନଙ୍କ ପାଇଁ ସଜା ହୋଇଥିବା ବେଳେ ସେମାନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଅନିଶ୍ଚିତତା ସୃଷ୍ଟି କରିଛି, ଏହା ନିଃସନ୍ଦେହ | ହେଲେ ବିଜେପି ଓ ସୋମବାର ବିଧାନ ସଭାରେ ଶକ୍ତି ପରୀକ୍ଷା ଦେବା ପାଇଁ ଯାଉଥିବା ନୂଆ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପାଙ୍କ ପାଇଁ ଖୁସି ଖବର | ଗୁରୁବାର ଦିନ ବାଚସ୍ପତି ତିନିଜଣ ବାଗି ବିଧାୟକଙ୍କ ସଭପଦ ରଦ୍ଦ କରିଥିବା ବେଳେ ଆଜି ଆଉ ୧୪ ଜଣଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି | ଚଳିତ ବିଧାନସଭା ପାଇଁ ସେମାନଙ୍କ ସଭ୍ୟପଦ ରଦ୍ଦ କରିବା ସହ ସେମାନଙ୍କୁ ଉପନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ଅଯୋଗ୍ୟ ଘୋଷିତ କରିଛନ୍ତି | ଯଦିଓ ଏହା ବାଗୀ ତଥା ବିଶୃଙ୍ଖଳିତ ସର୍ବୋପରି ଗଣତନ୍ତ୍ରକୁ ମଜାକ ଭାବି ନେଇଥିବା ବିଧାୟକଙ୍କ ପାଇଁ ଯଦିଓ ଉଚିତ ଶାସ୍ତି, ହେଲେ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପାଙ୍କ ପାଇଁ ପାଇଁ ଛଦ୍ମରେ ଆଶୀର୍ବାଦ ବା ବ୍ଲେସିଙ୍ଗ ଇନ ଡିସଗାଇଜ | ଏହି କାର୍ଯ୍ୟାନୁଷ୍ଠାନ ପରେ ଗୃହର ସଭ୍ୟ ସଂଖ୍ୟା ୨୨୫ରୁ ୨୦୮କୁ ଖସି ଆସିଛି | ଆଉ ଆବଶ୍ୟକ ମ୍ୟାଜିକ ନମ୍ବର ୧୧୩ ଜାଗାରେ ୧୦୫କୁ ଖସି ଆସୁଛି, ଅବିକଳ କେଉଁ ସଂଖ୍ୟା କି ବିଜେପି ପାଖରେ ଅଛି | . ପାର୍ଟି ପାଖରେ ଜଣେ ସ୍ୱାଧୀନ ବିଧାୟକ ସମର୍ଥନ ବି ରହିଛି | ଏହି ସଭ୍ୟପଦ ରଦ୍ଦ ଘୋଷଣାର ଦିନକ ପୂର୍ବରୁ ବିଜେପି ଭାବୁଥିଲା ଯେ ବାଗୀ ବିଧାୟକଙ୍କୁ ମତଦାନରୁ ବିରାଟ ରଖି ଗୃହର ସଭ୍ୟ କମରଖିବା ପାଇଁ | ହେଲେ ବାଚଷ୍ପତ୍ତିଙ୍କ ନିଷ୍ପତ୍ତି ବିଜେପିକୁ ସୁହାଇଲା ଭଳି ହୋଇଛି | ହେଲେ ବାଗୀ ବିଧାୟକ ମାନେ ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି | ଏବେ ବାଚସ୍ପତିଙ୍କ ରାୟକୁ ଅପେକ୍ଷା |
ପୂର୍ବରୁ ବିଜେପି ବାଚଷ୍ପତ୍ତିଙ୍କ ବିରୋଧରେ ଅନାସ୍ଥା ଭୋଟ ଆଣିବା ପାଇଁ ଚିନ୍ତା କରି ଆସୁଥିଲା | ସୂଚନାଥାଉକି, ସମ୍ୱିଧାନର ୧୭୯(ସି) ଅନୁଯାୟୀ ବାଚସ୍ପତିଙ୍କୁ ପଦଚ୍ୟୁତ କରିବା ପାଇଁ ବିଧାନସଭାରେ ପ୍ରସ୍ତାବ ଆସି ପାରିବ। ଏଥିପାଇଁ ୧୪ ଦିନର ମହଲତ ଦେବାକୁ ହେବ। ସମ୍ୱିଧାନର ଧାରା ୧୮୧ ଅନୁଯାୟୀ ଏହି ପ୍ରସ୍ତାବ ପାରିତ ହେବା ପରେ ବାଚସ୍ପତି ଆଉ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ହେଲେ ବିଜେପି କିଛି କରିବା ପୂର୍ବରୁ ବାଚସ୍ପତି ନିଜ ସ୍ମାର୍ଟନେସ ଦେଖାଇଛନ୍ତି |
Sign in
Sign in
Recover your password.
A password will be e-mailed to you.