ବ୍ଲକସ୍ତରୀୟ ମହିଳା ଏସଏଚଜି ମାନଙ୍କ ଦ୍ୱାରା ପଞ୍ଚାୟତ ପୋଖରୀରେ ମାଛଚାଷ ସମ୍ପର୍କିତ ପ୍ରଶିକ୍ଷଣ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମତ୍ସ୍ୟବିଭାଗ ଆନୁକୁଲ୍ୟରେ ମିଶନଶକ୍ତି ଓ ଵାର୍ଲଡଫିସ୍‍ର ମିଳିତ ସହଯୋଗରେ  ଏବଂ ରାଷ୍ଟ୍ରିୟ କୃଷି ଯୋଜନାର ଆର୍ଥିକ ସହାୟତାରେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମତ୍ସ୍ୟଚାଷ ତାଲିମ କେନ୍ଦ୍ର ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାର ପଞାୟତ ପୋଖରୀରେ ମାଛଚାଷ ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମତ୍ସ୍ୟ ଅଧିକାରୀ ମନୋଜକୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ମାଛ ଚାଷ କରି କିଭଳି ଆତ୍ମନିର୍ଭରଶୀଳ ହୋଇ ଆର୍ଥିକ ସ୍ଥିତିକୁ ବଢାଇ ପରିବାର ର ଭରଣପୋଷଣ ରେ ସହାୟକ ହୋଇପାରିବେ ସେ ଦିଗରେ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେଏହି କାର୍ଯ୍ୟକ୍ରମ ମିଶନଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମିରଞ୍ଜନ ସେଠୀ, ଵାର୍ଲଡଫିସର ଜିଲ୍ଲାପରିଚାଳକ ଅଭିସିକ୍ତା ମିଶ୍ର , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ଏବଂ ଜିଲ୍ଲା ପଞ୍ଚାୟତ ଅଧିକାରୀ ବସନ୍ତ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ଅତଥି ଭାବେ ଯୋଗ ଦେଇ ବିଭିନ୍ନ ଜ୍ଞାନ କୌଶଳରେ ଉନ୍ନତ ମାନର ମାଛ ଚାଷ କରି କିଭଳି ଅଧିକ ଲାଭ ପାଇପାରିବେ ତାହା ବୁଝାଇଥିଲେ ।
ରାଷ୍ଟ୍ରିୟ କୃଷି ବିକାଶଯୋଜନା ଅନୁଯାୟୀ ଗ୍ରାମପଞ୍ଚାୟତ ପୋଖରୀକୁ ୩ବର୍ଷିଆ ସୁତ୍ରରେ ନିଲାମ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଅର୍ଦ୍ଧଶୋଘନ ମାଛ ଚାଷ କରି ହେକ୍‍ଟର ପିଛା ୧ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ସେଥିରୁ ୯୦ ହଜାର ଟଙ୍କା ଅର୍ଥାତ ୬୦ ପ୍ରତିଶତ ଟଙ୍କା ରିହାତି ପାଇପାରିବେ । ଅନ୍ୟପକ୍ଷରେ ଗଜପତି ଜିଲ୍ଲାରେ ଗତ ୨୦୧୮-୧୯ବର୍ଷରେ ମୋଟ ୨୭ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଏହି କେନ୍ଦ୍ରିୟ ଯୋଜନା ଆର.କେ.ଭି.ଵାଇରେ ସାମିଲ କରାଯାଇଥିଲା । ଉନ୍ନତ ମାନର ମାଛଯାଆଁଳା ଓ ଖାଦ୍ୟ ପ୍ରଭୃତି ଏହି ମହିଳା ସ୍ୱୟଂ ସହାୟିକାଗୋଷ୍ଠୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ବ୍ଲକ ସ୍ତରରେ ଥିବା ସହକାରୀ ମତ୍ସ୍ୟ ଅଧିକାରୀ ମାନେ ବିଶେଷ ସାହାର୍ଯ୍ୟ କରିଥିଲେ । ଏମାନଙ୍କ ସମତେ ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ପ୍ରାଣୀମିତ୍ର ଏବଂ ଵାର୍ଲଡ ଫିସର ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରମୁଖ ସହଯୋଗ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ପ୍ଲାକ୍‍ଟନ ନେଟ ଏବଂ ପିଏଚପେପର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ମାଛ ଚାଷ ପ୍ରଣାଳୀର ବିଭିନ୍ନ ଜ୍ଞାନ କୌଶଳ ଉପରେ ସମ୍ପୁର୍ଣ୍ଣ ବିବରଣୀ ଦିଆଯାଇଥିଲା ।
ଦ୍ୱିତୀୟ ଦିନରେ ମଧ୍ୟ ମାଛ ଚାଷର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଉପକାରୀତା , ମାଛ ଚାଷ ପାଇଁ ପୋଖରୀ , ପୋଖରୀରେ ଉନ୍ନତ ମାନର ଯାଆଁଳା କିଭଳି ଛଡାଯିବ, ମାଛକୁ କିଭଳି ଖାଦ୍ୟ ଦିଆଯିବ, ମାଛ ଚାଷରେ ଅଧିକା ମାଛ ଅମଳ ପାଇଁ ପୋଖରୀ କିଭଳି ସଫା ରଖିବାକୁ ହେବ ସେ ସବୁ ଉପରେ ବିସ୍ତୃତ ଭାବେ ସହକାରୀ ମତ୍ସ୍ୟ ଅଧିକାରୀ ନୁଆଗଡର ମନସ୍ମିତା ନାୟକ, କାଶୀନଗର ଦେବାଶିଷ ସ୍ୱାଇଁ, ଗୋଷାଣୀର ଶୁଭଶ୍ରୀପାଲ ଏବଂ ମନୋରଞ୍ଜନ ପାତ୍ର ତାଲିମ ପ୍ରଦାନ କରିଥିଲେ । ମହିଳା ସ୍ୱୟଂ ଗୋଷ୍ଠୀ ମାନଙ୍କୁ ପାରଳାଖେମୁଣ୍ଡି ସ୍ଥିତ ମତ୍ସ୍ୟ ଚାଷ ଫର୍ମ ଏବଂ ଏକସପୋଜର ଭିଜିଟରେ ଗଜପତି ଜିଲ୍ଲା କାଶୀନଗର ବ୍ଲକର ପେଦାମାଡି ଗ୍ରାମସ୍ଥିତ ମତ୍ସ୍ୟଫର୍ମ ସ୍ଥାନକୁ ନେଇ ଏବଂ ଦେଖାଇ ସେଠାରେ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷର ବିଭିନ୍ନ ଦିଗ ଉପରେ ମତ୍ସ୍ୟ ଅଧିକାରୀମାନେ ବୁଝାଇଥିଲେ ।
  ଶ୍ରୀକାନ୍ତ ପଟ୍ଟନାୟକ ବିପିସି କାଶୀନଗର, ଲାବନ ରଇତ ବିପିସି ଗୋଷାଣୀ, ମନୋଜ ପାଣି ବିପିସି ନୂଆଗଡ ଏବଂ ନମିତା ପ୍ରଧାନ ପ୍ରାଣୀମିତ୍ର ନୁଆଗଡ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.