ଜଗତସିଂହପୁର ପୌରପରିଷଦର ୱେବ୍ ପୋର୍ଟାଲ ଓ ଜନସହଯୋଗ ପୋର୍ଟାଲ୍ ଉନ୍ମୋଚିତ

0

ଜଗତସିଂହପୁର:(ରମେଶ ମହାନ୍ତି)- ଜଗତସିଂହପୁର ପୌରପରିଷଦର ନୂତନ ଭାବେ ନିଜସ୍ବ ୱେବ୍ ପୋର୍ଟାଲ ଓ ଜିଲ୍ଲା ପ୍ରଶାସନର ଜନସହଯୋଗ ୱେବ୍ ପୋର୍ଟାଲ  ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି ।ଏହି ୱେବ୍ ପୋର୍ଟାଲ୍ (ଜଗତସିଂହପୁର ମ୍ୟୁନିସିପାଲିଟି ଡଟ୍ ଇନ୍) ମାଧ୍ୟମରେ ଜନସାଧାରଣ ପୌରପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପାଇପାରିବେ।ଏହି ୱେବ୍ ପୋର୍ଟାଲ୍ ମାଧ୍ୟମରେ ଅନଲାଇନରେ ହୋଲଡିଂ ଟ୍ୟାକ୍ସ,କଲ୍ୟାଣମଣ୍ଡପ ବୁକିଙ୍ଗ,ଜନ୍ମ ମୃତ୍ୟୁ ପ୍ରମାଣପତ୍ର ପାଇଁ ଟିକସ ଭରି ପାରିବେ।ସର୍ବସାଧାରଣ ଏହି ପୋର୍ଟାଲ୍ ମାଧ୍ୟମରେ ତାଙ୍କର ସକ୍ରିୟ ମତାମତ ଦେଇପାରିବେ।ଏହାଦ୍ୱାରା ପ୍ରଶାସନ ଲୋକମାନଙ୍କର ଅଧିକ ନିକଟତର ହୋଇପାରିବ।୧ମାସ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ ହେବ।ବିଭିନ୍ନ ଜନ ଅଭିଯୋଗ ପାଇଁ ଏହି ଜନସହଯୋଗ ୱେବ୍ ପୋର୍ଟାଲ୍ କାର୍ଯ୍ୟ କରିବ।ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଏହି ପୋର୍ଟାଲ୍ ମାଧ୍ୟମରେ ଅପଲୋଡ୍ ହୋଇପାରିବ।ସରକାରୀ ସେବା ପାଇବାରେ ଜନସାଧାରଣ ନିଜର ମତାମତ ଏବଂ ଫିଡବ୍ୟାକ୍ ଦେଇପାରିବେ।ଏହି ମତାମତକୁ ଜିଲ୍ଲାପାଳ ତର୍ଜମା କରି ରେଟିଂ କରିବା ସହିତ ୧୫ଦିନ ମଧ୍ୟରେ ଅଭିଯୋଗ ଗୁଡିକର ସମସ୍ୟା ସମାଧାନ କରାଯିବ।ଲୋକସେବା ଉନ୍ନତିକରଣ ପାଇଁ ସର୍ବସାଧାରଣଙ୍କ ମତାମତ ଏକାନ୍ତ କାମ୍ୟ।ପ୍ରତି ମାସର ୪ର୍ଥ ଶନିବାର ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ର ବିଷୟରେ ଆଲୋଚନା ଏବଂ ସମୀକ୍ଷା କରାଯିବ।ଏହି ଉଦେଶ୍ୟରେ  ପ୍ରଯୁକ୍ତି ବିଦ୍ୟା ପ୍ରଶାସନରେ ସାମିଲ କରାଯାଇ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି।ପ୍ରତି ଶନିବାର ଦିନ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଓଡିଶା  ନଲେଜ ହବ୍ ଅନୁଷ୍ଠିତ ହେବ।ଏହି ଗ୍ୟାନପୁଞ୍ଜି ବକୃତା ମାଳାରେ ଜିଲ୍ଲାର  ଓ ରାଜ୍ୟର ଲବ୍ଧ ପ୍ରତିଷ୍ଠ ଶିକ୍ଷାବିତ୍,ଇଂଜିନିୟର,ଡାକ୍ତର,ଲେଖକ ମାନଙ୍କୁ ନେଇ ବକୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ବୀପ,ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି,ସମସ୍ଥ ଜିଲ୍ଲା ସ୍ତରୀୟ ଅଧିକାରୀ,ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.