ଝାରସୁଗୁଡ଼ାରେ କିସ୍ନାର ନୂଆ ଶୋ’ରୁମ୍ ଉଦ୍‌ଘାଟିତ

11


ଓଡ଼ିଶାରେ କମ୍ପାନୀର ଦଶମ ଏକ୍ସକ୍ଲୁସିଭ୍ ଆଉଟଲେଟ୍

ଝାରସୁଗୁଡ଼ା, ୪/୧୧: ହୀରା ଓ ସୁନା ଅଳଙ୍କାର ବ୍ରାଣ୍ଡ କିସ୍ନା (KISNA) ପକ୍ଷରୁ ଝାରସୁଗୁଡ଼ା ସରବାହାଲ ରୋଡ୍‌ସ୍ଥିତ ସିଂଘଲ ଗ୍ୟାଲେରିଆରେ ଏକ ସ୍ୱତନ୍ତ୍ର ଶୋ’ରୁମ୍ ଉଦ୍‌ଘାଟିତ ହୋଇଛି। ଏହା ଓଡ଼ିଶାରେ କମ୍ପାନୀର ଦଶମ ଏକ୍ସକ୍ଲୁସିଭ୍ ଆଉଟଲେଟ୍। ହରିକୃଷ୍ଣା ଗ୍ରୁପ୍‌ର ପ୍ରତିଷ୍ଠାତା ଘନଶ୍ୟାମ ଢୋଲକିଆ ଏବଂ ଶୋ’ରୁମ୍ ପାର୍ଟନର ବିକାଶ ଗୋଏଲ ଓ ରୋଶନ ଅଗ୍ରୱାଲ ଏହାକୁ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଗ୍ରାହକଙ୍କ ପାଇଁ ହୀରା ଓ ସୁନା ଅଳଙ୍କାରର ମେକିଂ ଚାର୍ଜ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି, ୯୦ ପ୍ରତିଶତ ବାଇବ୍ୟାକ୍ ଓ ୯୫ ପ୍ରତିଶତ ଏକ୍ସଚେଞ୍ଜ ସୁବିଧା ଘୋଷଣା କରାଯାଇଛି। ଏଥିସହ ଲକି ଡ୍ର’ରେ କାର୍‌ ଓ ସ୍କୁଟର ଜିତିବାର ସୁଯୋଗ ରହିଛି।

ଓଡ଼ିଶା କମ୍ପାନୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଝାରସୁଗୁଡ଼ାରେ ଶୋ’ରୁମ୍ ଖୋଲିବା ସମ୍ପ୍ରସାରଣ ଯାତ୍ରାର ଏକ ମାଇଲଖୁଣ୍ଟ ବୋଲି ଘନଶ୍ୟାମ ଢୋଲକିଆ କହିଥିଲେ। ଉଦ୍‌ଘାଟନ ଅବସରରେ କମ୍ପାନୀ ପକ୍ଷରୁ ଅସହାୟଙ୍କୁ ଖାଦ୍ୟ ବଣ୍ଟନ ସହ ସ୍ୱଚ୍ଛତା ଓ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା।

Leave A Reply

Your email address will not be published.