କଥା ରଖି କଲେ ଜନଶୁଣାଣୀ ମନ୍ତ୍ରୀ ଅରୁଣ ସାହୁ

0

  ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) :ନିର୍ବାଚନରେ ଜିତିବା ପରେ କୃତଜ୍ଞତା ଜଣାଇବାକୁ ଆସି ଦେଇଥିବା ପ୍ରତିଶ୍ରୁତି ଆଧାରରେ  ନୟାଗଡ ବିଧାୟକ ତଥା କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ରବିବାର  ଓଡଗାଁରେ କରିଛନ୍ତି ତାଙ୍କର ଜନଶୁଣାଣୀ | ଲୋକମାନଙ୍କ ସହିତ ସିଧାସଳଖ ବାର୍ତ୍ତାଳାପ କରି ସେମାନଙ୍କ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରିବା ସହ ଲୋକଙ୍କ ଅଧିକ ନିକଟବର୍ତ୍ତୀ ହେବେ ବୋଲି ଦେଇଥିବା ପ୍ରତିଶ୍ରୁତି ରଖି ସ୍ଥାନୀୟ ଇନଣ୍ଡୋର ଷ୍ଟାଡିୟମ ଠାରେ ଖୋଲା ଜନ ଶୁଣାଣି ଶିବିରରେ ଯୋଗ ଦେଇଥିଲେ ଡ଼. ସାହୁ  । ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ), ବିଜୁ ପକାଘର, ରାସନ କାର୍ଡ, ଭତା ସମ୍ପର୍କିତ ବହୁ ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଅଭିଯୋଗ ଆସିଥିବା ବେଳେ ବିଭିନ୍ନ ଗ୍ରାମର ବିକଶ ମୁଳକ କାର୍ଯ୍ୟରେ ବାଧା ସୃଷ୍ଟିର ନିରାକରଣ ଏବଂ ଆବଶ୍ୟକ ଅର୍ଥ ଯୋଗାଣ ପାଇଁ କିଛି ଗ୍ରାମବାସୀ ଗୋଷ୍ଠିଗତ ଭାବେ ଅଭିଯୋଗ ଉପସ୍ଥାପିତ କରିଥିଲେ  । ଓଡଗାଁ ଶିଶୁ ବିକାଶ ଯୋଜନା  ଅଧିକାରୀଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ଅଙ୍ଗନଓାଡି କର୍ମୀମାନେ ମନ୍ତ୍ରୀ ଡ଼. ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରାୟ ୪ଶହରୁ ଉର୍ଦ୍ଧ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ଖୁବଶୀଘ୍ର  ଅଭିଯୋଗ ଗୁଡିକର ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.