ବାଲିପାଟଣା ଛକରେ ଟ୍ରକ୍ ସହ ବାଇକ ମୁହାଁମୁହିଁ : ୧ମୃତ, ୧ଗୁରୁତର

0

ଜଗତସିଂହପୁର:(ରମେଶ ମହାନ୍ତି)-ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ସ୍ଥିତ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବାଲିପାଟଣା ଛକ ନିକଟସ୍ଥ ପଦ୍ମଗଣ୍ଡ ନିକଟରେ ଏକ ଟ୍ରକ୍ ସହିତ ଦୃତ ଗତିରେ ଆସୁଥିବା ଏକ ଆପାଚି ବାଇକ୍ ର ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ ଦୁଇଜଣ ବାଇକ୍ ଆରୋହୀଙ୍କ ମଧ୍ୟରୁ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ତିର୍ତ୍ତୋଲ ଦମକଳ ବାହିନୀ ସହାୟତାରେ ଗୁରୁତର ଅବସ୍ଥାରେ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।କିନ୍ତୁ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।ସୂଚନାନୁଯାୟୀ ଶନିବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ କଟକ-ପାରାଦ୍ଵୀପ ମୁଖ୍ୟ ରାସ୍ତାର ବାଲିପାଟଣା ଛକ ନିକଟସ୍ଥ ପଦ୍ମଗଣ୍ଡ ନିକଟରେ କଟକ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ସହିତ ପାରାଦ୍ବୀପ ଅଭିମୁଖେ ଦୃତ ଗତିରେ ଆସୁଥିବା ଏକ ଆପାଚି ବାଇକ୍ ର ମୁହାଁମୁହିଁ ଧକ୍କା ଧକ୍କା ହୋଇଥିଲା।ଉକ୍ତ ବାଇକ୍ ଆରୋହୀଙ୍କ ଘର କୁଜଙ୍ଗ ଅଞ୍ଚଳରେ ହୋଇଥିବା ବେଳେ ଘଟଣା ସ୍ଥଳରୁ ଟ୍ରକ୍ ଟି ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.