କାହାର ମନ ରଥରେ ତା କାହାର ଚୋରିରେ

0

ରଥଯାତ୍ରାରେ ଚୋରି କରୁଥିବା ମହିଳା ଚୋର ସମେତ ୮ଟି ସୁନା ଲକେଟ,ମୋବାଇଲ ଜବତ

ପାରଳାଖେମୁଣ୍ଡି(ବାଳକୃଷ୍ଣ ପାଣିଗ୍ରାହୀ) : ପାରଳାଖେମୁଣ୍ଡି ଠାରେ ଚାଲିଥିବା ରଥଯାତ୍ରା ଓ ମୀନା ବଜାରର  ଜନଗହଳି ସ୍ଥାନରେ ଛୋଟ ଛୋଟ ପିଲା ମାନେ ବେକରେ ପିନ୍ଧି ଥିବା ହନୁମାନ ଲକେଟ ବ୍ଲେଡ ଯୋଗେ କାଟି ନେଇ ଚୋରି କରୁଥିବା ଜଣେ ମହିଳା ଚୋରକୁ ପୋଲିସ ପକ୍ଷରୁ ଧରାଯାଇଛି। ମହିଳା  ଚୋର ଜଣକ ପୋଡ଼ଶୀ ଆନ୍ଧ୍ରର  ପୁରୁଣାପାଟଣା ଗ୍ରାମ ଅଞ୍ଚଳର ।ଉକ୍ତ ମହିଳା ଚୋର ଠାରୁ ୮ଟି ସୁନା ଲୋକେଟ ସହ ମୋବାଇଲ ଫୋନ,୨ଟି ଖଣ୍ଡିଆ ବ୍ଲେଡ,୫୦ଟଙ୍କା ଓ ମନିପସ୍ ଉଦ୍ଧାର କରାଯାଇଛି।ଏ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି।

ଏ ରାକେଟପଛରେ ଆଉ କେଉଁ ମାନେ ରହିଛନ୍ତି ବୋଲି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ପାରଳାଖେମୁଣ୍ଡି  ଆଦର୍ଶ ପୋଲିସ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ପୁକ୍ତ ମହିଳା ଚୋର ଏବଂ ଉଦ୍ଧାର ସୁନା ହନୁମାନ ଲକେଟ, ଦୁଇଟି ଖଣ୍ଡିଆବ୍ଲେଡ, ମୋବାଇଲ, ଓ ମୋନିପର୍ସ ଦେଖିଇ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ  ଠାକୁର ପ୍ରସାଦ ପାତ୍ର, ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଙ୍କ ସମେତଚୋରକୁ ଧରିଥିବା ପୋଲିସର  ସ୍ବତନ୍ତ୍ର ସି-ଟିମ୍ ଉପସ୍ଥିତ ଥିଲେ।

Leave A Reply

Your email address will not be published.