ତିନି ବର୍ଷର ନାବାଳିକାକୁ ଡ଼ାକି ନେଇ ଦୁଷ୍କର୍ମ ମାମଲା : ଅଭିଯୁକ୍ତ ନାବାଳକ ସ୍କୁଲରେ ଏକ ବର୍ଷ ଝାଡ଼ୁ ମାରିବାର ନିର୍ଦ୍ଦେଶ ଅଘଟଣ By SPNEWS On Jan 31, 2018 0 Share ବାରିପଦାରୁ ଦିଲ୍ଲୀପ ମହାନ୍ତି – ଜଣେ ୩ ବର୍ଷର ନାବାଳିକା ଝିଅକୁ ଡ଼ାକି ନେଇ ଏକ ଭିଏଲଡ଼ବ୍ଲୁ୍ୟଙ୍କ ଘରେ ଦୁଷ୍କର୍ମ ମାମଲାର ବିଚାର କରି ବାରିପଦା ଜୁଭେନାଇଲ ଜଷ୍ଟିସ ବୋଡର୍ ପ୍ରିନ୍ସପାଲ ମାଜିଷ୍ଟ୍ରେଟ ଅମୀୟ ରଞ୍ଜନ ଜେନା ଅଭିଯୁକ୍ତ ୧୭ ବର୍ଷୟ ନାବାଳକକୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ସେକ୍ସନ ୧୮(ସି) ଅନୁସାରେ ବିଶୋଇ ଥାନା ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟରେ ଏକ ବର୍ଷ ପର୍ଯ୍ୟନ୍ତ ସପ୍ତାହରେ ସୋମବାର ଓ ଗୁରୁବାର ଦୁଇ ଦିନ ଝାଡ଼ୁ ମାରି ସଫେଇ କରିବାର ରାୟ ଶୁଣାଇଛନ୍ତି । ଜିଲା ଶିଶୁ ସୁରକ୍ଷା ଅଧିକାରୀ ନାବାଳକର ଗତିବିଧି ଉପରେ ନଜର ରଖି ନାବାଳକର ସମସ୍ତ ଗତିବିଧି ଉପରେ ଅଦାଲତକୁ ରିପୋର୍ଟ ପ୍ରଦାନ କରିବେ । ଯଦି ନାବାଳକ ଏକ ବର୍ଷ ମଧ୍ୟରେ ଝାଡ଼ୁ ମାରିବା କିମ୍ବା ତାର ଚରିତ୍ରରେ କୌଣସି ସୁଧାର ଆସି ନ ଥିବାର ରିପୋର୍ଟ ଅଦାଲତର ହସ୍ତଗତ ହୋଏ, ତେବେ ତାକୁ ଏକ ବର୍ଷ ନିମନ୍ତେ ସୁଧାରଗୃହକୁ ପଠାଇ ଦିଆ ଯିବ ବୋଲି ବିଚାରପତି ତାଙ୍କର ରାୟରେ ଉଲ୍ଲେଖ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୫ ଫେବୃଆରୀ ୧୭ ପୂର୍ବାହ୍ନ ୧୦ଟା ସମୟରେ ବିଶୋଇ ଥାନା ଅଞ୍ଚଳରେ ଏକ ୧୭ ବର୍ଷର ନାବାଳକ ସେହି ଗ୍ରାମର ୩ ବର୍ଷର ନାବାଳିକା ଝିଅକୁ ଏକାକୀ ଦେଖି ତାକୁ ନିକଟସ୍ଥ ଜନୈକ ଭିଏଲଡ଼ବ୍ଲୁ୍ୟଙ୍କ ଘରକୁ ଡ଼ାକି ନେଇ ତା ସହିତ ବଳପୂର୍ବକ ଦୁଷ୍କର୍ମ କରିଥିଲା । ଏ ବିଷୟରେ ନାବାଳିକାର ବାପା ଜାଣିବା ପରେ ଗ୍ରାମର ମୁଖିଆଙ୍କ ନିକଟରେ ଅଭିଯୋଗ ଆଣିଥିଲା । ମୁଖିଆ ଗ୍ରାମ ହାଟପଦାରେ ଏକ ବୈଠକ ଡ଼ାକି ଘଟଣାର ସମାଧାନ କରାଇବା ନିମନ୍ତେ ଉଦ୍ୟମ କରି ବିଫଳ ହେବା ପରେ ନାବାଳିକାର ବାପା ବିଶୋଇ ଥାନାରେ ସେହି ଫେ‘ବୃଆରୀ ୧୭ରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ(କେଶ ନଂ-୧୩/୨୦୧୫) ମାମଲା ରୁଜୁ କରିଥିଲେ । ଜାନୁଆରୀ ୩୦ ମଙ୍ଗଳବାର ଉକ୍ତମାମଲାରେ ରହିଥିବା ୨୬ ଜଣ ସାକ୍ଷୀମାନଙ୍କ ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତିକରି ମାମଲାର ଚୁଡ଼ାନ୍ତ ରାୟ ପ୍ରକାଶ କରିଥିଲେ । ମୋକଦ୍ଦମାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ପାର୍ବତୀ ବାରିକ ପରିଚାଳନା କରିଥିଲେ । 0 Share FacebookTwitterGoogle+ReddItWhatsAppPinterestEmail