ନବବଧୁ ମୃତଦେହ ଉଦ୍ଧାର ,ଯୌତୁକ ହତ୍ୟା ଅଭିଯୋଗ

0

କଳାହାଣ୍ଡି/ତୁଳମଣି ନାଗ: ଏକ ନବବଧୁର ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରାଯାଇଛି। ବିବାହର ତିନିମାସ ନ ପୁରୁଣୁ  ନବ ବିବାହିତାଙ୍କ  ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଏନେଇ ଝିଅର ବାପଘର ପକ୍ଷରୁ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ବିବାହ ପର ଠାରୁ ଅଧିକ ମାନସିକ ନିର୍ଯାତନା ଦିଆଯାଉଥିଲା । ଗତକାଲି ହତ୍ୟା କରି ଆତ୍ମହତ୍ୟାର ରୁପ ଦେଇଥିବା ଝିଅର ପରିବାର ଅଭିଯୋଗ କରିଛନ୍ତି । ଏନେଇ ଝିଅର ବାପା ଭବାନୀ ପାଟଣା ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାର ତଦନ୍ତ ଚଳାଇଛନ୍ତି ।

Leave A Reply

Your email address will not be published.