ଅଣ ତାଲିମ ପ୍ରାପ୍ତ ସ୍କାଉଟ ଶିକ୍ଷକଙ୍କ ପ୍ରଶିକ୍ଷଣ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଗତ୭ଦିନ ଧରି ଚାଲିଥିବା ଅଣ ତାଲିମ ପ୍ରାପ୍ତ ସ୍କାଉଟ ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଏହି କାର୍ଯ୍ୟକ୍ରମ ଯୋଗଦେଇ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଯୋଗ ଦେଇଥିବା ୪୪ ଜଣ ସ୍କାଉଟ ଶିକ୍ଷକ ମାନଙ୍କୁ ଆବଶ୍ୟକ ସ୍ଥଳେ ବିଭିନ୍ନ ସେବା ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରାଇବା ଉପରେ ଶପଥ ପାଠ କରାଇଥିଲେ । ରାଜ୍ୟ ସ୍ତରରୁ ପ୍ରଶିକ୍ଷକ ଭାବେ ଶିବପ୍ରସାଦ ପାଢ଼ୀ ଏବଂ ବିକ୍ରମ ମହାରଣା ଶିବିରରେ ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ ।

Leave A Reply

Your email address will not be published.