ନାଉଗାଁ ଅଞ୍ଚଳରେ ଯୁବକକୁ ପିଟି ପିଟି ହତ୍ୟା

0

ଡାକ୍ତର ଓ ପୋଲିସ୍ ର ଭୂମିକାକୁ ନେଇ ପ୍ରଶ୍ନବାଚୀ

ଜଗତସିଂହପୁର(ରମେଶ ମହାନ୍ତି)-ନାଉଗାଁ ଥାନା ଅଞ୍ଚଳର ଜଣେ ଯୁବକ କୁ ମଙ୍ଗଳବାର ବିଳମ୍ବିତ ରାତିରେ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ପୋଲିସ ଜଣେ ଯୁବକ କୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି ।ମୃତ ଯୁବକର ଘର ଲୋକ ବାହାରେ ରହୁଛନ୍ତି ।ତାଙ୍କ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ଆସିନାହଁ ।ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।
ସୂଚନାନୁଯାୟୀ ମଙ୍ଗଳବାର ବିଳମ୍ୱିତ ରାତିରେ ନାଉଗାଁ ଥାନା ନୂଆଗାଁ ଗ୍ରାମର ବନ୍ଧନ ମହାନ୍ତି ସେହି ଗ୍ରାମର ଅଭିଳାଷ ମହାନ୍ତି ଘରକୁ ଯାଇ ତାକୁ ଡାକିଥିଲା । ଅଭିଳାଷ ଉଠିବା ପରେ ତାକୁ ସିଗାରେଟ ମାଗିଲା ।ଅଭିଳାଷ ମନା କରିବାରୁ ଦୁଇଜଣଙ୍କ ମଧ୍ୟରେ ବଚସା ହୋଇଥିଲା ।ସେହି ସମୟରେ ବନ୍ଧନ ମହାନ୍ତି ଏକ ଲୁହା ରର୍ଡ଼ ରେ ଅଭିଳାଷକୁ ପିଟିବା ଦେଖି ତାର ସାନଭାଇ ଆସି ଧରିବାରୁ ତାକୁ ମଧ୍ୟ ପିଟିଥିଲା । ଦୁଇ ଭାଇ ଯାକ ବନ୍ଧନକୁ ମାଡିବସି ନିର୍ଧୁମ ପିଟିବା ସହିତ ତାର ହାତକୁ ବାନ୍ଧି ରାତି ୨-୨୦ମିନିଟ ସମୟରେ ନାଉଗାଁ ଥାନାକୁ ଫୋନ କରିଥିଲେ ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବନ୍ଧନକୁ ନାଉଗାଁ ମେଡିକାଲରେ ଭର୍ତ୍ତି କରିଥିଲେ ।ବନ୍ଧନ ଶରୀରର ଅନେକ ସ୍ଥାନରେ ଚିହ୍ନ ରହିଥିଲା।ମାତ୍ର ସକାଳ ୬-୨୦ ରେ ତାର ମୃତ୍ୟୁ   ହୋଇଯାଇଥିବା ଜଣାପଡ଼ିଛି।ବନ୍ଧନ ନାଁ ରେ ବିଭିନ୍ନ ଥାନାରେ କେଶ ଥିବା ସହିତ ସେ ନିକଟରେ ଜେଲରୁ ଫେରିଥିବା ଜଣାପଡିଛି।ସେ ଯେତେବେଳେ ଘରକୁ ଆସେ କିଛି କାରଣ ନ ଥାଇ ଅଭିଳାଷ ସହିତ ଝଗଡା କରେ ବୋଲି ଏସ ଡି ପି ଓ କହିବା ସହିତ ଅଭିଳାଷକୁ ଥାନାରେ ଅଟକ ରଖାଯାଇଛି । ବନ୍ଧନ ଘର ପକ୍ଷରୁ ଲିଖିତ ଅଭିଯୋଗ ଆସିବାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।ଅନ୍ୟ ପକ୍ଷରେ ବନ୍ଧନର ମୃତ ଦେହ ମଙ୍ଗଳବାର ବିଳମ୍ବିତ ରାତି ଠାରୁ ବୁଧବାର ରାତି ପର୍ଯ୍ୟନ୍ତ ନାଉଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ପଡିରହିଛି।ବନ୍ଧନର ମୃତ୍ୟୁ ରହସ୍ୟ ଘେରରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।ଏଠି ପ୍ରଶ୍ନ ଉଠୁଛି ବନ୍ଧା ହୋଇଥିବା ବନ୍ଧନକୁ ପୋଲିସ୍ ଉଦ୍ଧାର କରି ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କଲାବେଳେ ସେ କେଉଁ ଅବସ୍ଥାରେ ଥିଲା,ଯଦି ଗୁରୁତର ଥିଲା ତାହାଲେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କାହିଁକି ପଠାଗଲା ନାହିଁ ଯଦି ଭଲ ଅବସ୍ଥାରେ ଥିଲା ତାହେଲେ ମୃତ୍ୟୁ ହେଲା କେମିତି ଏମିତିକି ଚିକିତ୍ସା କରିଥିବା ଡାକ୍ତର ମଧ୍ୟ କେଉଁଆଡେ ଅନ୍ତର୍ଧାନ ହୋଇଯାଇଥିବା କୁହାଯାଉଛି।ଏନେଇ ସନ୍ଦେହ ବଢିବା ସହିତ ଉକ୍ତ ଡାକ୍ତରଖାନାରେ ଉତ୍ତେଜନା ଲାଗିରହିଥିବା ଜଣାପଡିଛି।ଅନ୍ୟପକ୍ଷରେ ପୋଲିସ୍ ମାଡରେ ବନ୍ଧନର ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.