ମେଲଛାମୁଣ୍ଡା ଅଂଚଳରେ ଘୋଷଯାତ୍ରା ସମ୍ପନ୍ନ : ମାଉସୀ ଘରକୁ ଗଲେ ତିନି ଠାକୁର

0

ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡା ଅଂଚଳରେ ଗୁରବାର ଅପରାହ୍ନରେ ମହାପ୍ରଭୂ ବଳଭଦ୍ର, ମା ସୁଭଦ୍ରା ଓ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ମହାସମାରୋହରେ ସଂପର୍ଣ୍ଣ ହୋଇଯାଇଛି । ମେଲଛାମୁଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ଅପରାହ୍ଣରେ ତିନି ଠାକୁରଙ୍କୁ ନୂଆ ଜାମା, ଫୁଲ ମାଲ ସହିତ ନାନା ଅଲଙ୍କାର ରେ ସଜ୍ଜିତ କରା ଯାଇଥିଲା । ମନ୍ଦିର ପୂଜକ ଘାସିରାମ ପଣ୍ଡା, ସୁବ୍ରତ ନାୟକ, ଗୌରାଙ୍ଗ ପଣ୍ଡା, ସୁଶାନ୍ତ ନାୟକ ଓ ସଂଜିବ ନାୟକଙ୍କ ପୈାରହିତ୍ୟରେ ଧୂପ,ଦୀପ ନୈବେଦ୍ୟ ଅର୍ପଣ ପରେ ଗ୍ରାମର ଗୈାନ୍ତିଆ ଦୀପକ ଭୋଇ ଛେରାପହରା କରିଥିବା ବେଳେ ଅନିଲ ଭୋଇ ସହଯୋଗ କରିଥିଲା । ପହଣ୍ଡି ବିଜେ ପରେ ତିନିଠାକୁର ରଥରେ ବିରାଜମାନ କରାଇ ମେଲଛାମୁଣ୍ଡା ଘଂଟବାଦ୍ୟ, ସଂକୀର୍ତନ୍ୟ ଦଳ, ବିଜାପାଲ, ବାନେ୍ଦନବାହାଲ ଆଦି ଗ୍ରାମର ସଂକୀର୍ତନ୍ୟ ଦଳଙ୍କ ନୃତ୍ୟର ତାଳେ ତାଳେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ରଥ ଦାଣ୍ଡରେ ନିଜସ୍ୱ ଉଦ୍ୟମରେ ଗ୍ରାମର ସଦାନନ୍ଦ ଦେବତା ନିର୍ମାଣ କରିଥିବା ମାଉସୀ ମନ୍ଦିର ଭିତରକୁ ତାଙ୍କ ପରିବାର ବର୍ଗ ତିନି ଠାକୁରଙ୍କୁ ସ୍ୱାଗତ କରି ପ୍ରବେଶ କରାଇଥିଲେ । ରଥଯାତ୍ରା କାର୍ଯ୍ୟକ୍ରମ ସବୁକୁ ବବୁନ ଭୋଇ, ବାଦଲ ଭୋଇ, ମନୋଜ ପଣ୍ଡା, ସୁଦିପ ମିଶ୍ର, ଜୟକୁମାର ବାରିକ, ପ୍ରତ୍ୟୁଷ ଭୋଇ, ଦଳି ଦେବତା, ରମେଶ ସାହୁ, ଜୟଗୁରୁ ସାହୁ, ପ୍ରମୋଦ ଭୋଇ, ଦିଲିପ ଚେରକିଆ, ଗୋବର୍ଦ୍ଧନ ବାରିକ ପ୍ରମୁଖ ସହଯୋଗ କରିଥିଲେ । ରଥଯାତ୍ରାରେ ଭିଡ ସବୁକୁ ନିୟନ୍ତ୍ରଣ ପାଇଁ ପୁଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ମେଲଛାମୁଣ୍ଡା ଥାନାଧିକାରୀଙ୍କ ପ୍ରତକ୍ଷ ତତ୍ୱାବଧାନରେ ରଥଟି ଜଗନ୍ନାଥ ମନ୍ଦିରରୁ ମାଉସି ମନ୍ଦିରକୁ ପହଂଚିଥିଲା । ସେହିଭଳି ଘେଁସ ଗ୍ରାମରେ ରଣଜିତ ସିଂ ବରିହା, କୁଚିପାଲିରେ ଉପେନ୍ଦ୍ର ପଣ୍ଡା, ସାଲେପାଲି ରେ ତେଜରାଜ ପାତ୍ର, ସନିମାଲରେ ନରେନ୍ଦ୍ର ପାତ୍ର, କେଲେଣ୍ଡାରେ ସଂଗ୍ରାମ ବେହେରା, କୁଣ୍ଡାଖାଇରେ ଦିବ୍ୟ ଶଙ୍କର ପଧାନ, ଦକ୍ଷିଣ ନୁଆପାଲିରେ ଶାନ୍ତନୁ ମିଶ୍ର, ତେଲମହୁଲ ରେ ସର୍ଦାର ସିଂ ବରିହା, ଘନାମାଲ ରେ ମିନକେତନ ବିଶ୍ୱାଳ ମହାପ୍ରଭୁଙ୍କ ଛେରା ପ୍ରହରା ପରେ ରଥଟଣା ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ରଥ ଦାଣ୍ଡରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ରଥ ଦାଣ୍ଡରେ ଭକ୍ତମାନେ ତିନି ଠାକୁରଙ୍କ ଦର୍ଶନ କରିବା ସହ ବିଭିନ୍ନ ପ୍ରକାର ମିଠା ଏବଂ ଚାଟର ମଜା ନେଇଥିଲେ ।

Leave A Reply

Your email address will not be published.