ଅବସର ପ୍ରାପ୍ତ ସହକାରୀ ବନ ସଂରକ୍ଷକଙ୍କୁ ନିଳାଦ୍ରୀର ସମ୍ବର୍ଦ୍ଧନା

0

ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ନିଳାଦ୍ରୀ ପକ୍ଷରୁ ଜଙ୍ଗଲ ବିଭାଗର ଅବସର ପ୍ରାପ୍ତ ସହକାରୀ ବନ ସଂରକ୍ଷକ ପଦ୍ମନାଭ ରାଉତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ରବିବାର ସନ୍ଧ୍ୟାରେ ପିଏଚଡି ସ୍ଥିତ ନିଳାଦ୍ରୀ କାର୍ଯ୍ୟାଳୟରେ ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ନିଳାଦ୍ରୀର ସଭାପତି ବଳରାମ ମହାନ୍ତି ଶ୍ରୀ ରାଉତଙ୍କ କାର୍ଯ୍ୟଶୈଳୀ  ଓ ବିଭିନ୍ନ ସାମାଜିକ କାର୍ଯ୍ୟରେ ଯୋଗଦାନକୁ ଭୁରି ଭୁରି ପ୍ରଶଂସା କରିବା ସହ ନିଳାଦ୍ରୀ ଗଠନ ହେବାଦିନରୁ ତାଙ୍କର ସହଯୋଗ ଅଲିଭା ସ୍ମୃତି ହୋଇ ରହିବ ବୋଲି ପ୍ରକାଶ କରିଥିଲେ। ନିଳାଦ୍ରୀର ବରିଷ୍ଠ ସଦସ୍ୟ ତଥା ଟ୍ରଷ୍ଟି ରମେଶ ମିଶ୍ର ଶ୍ରୀ ରାଉତଙ୍କ ଉଦ୍ୟମରେ ବଡ଼ବିଲ ଅଞ୍ଚଳରେ ସବୁଜ ବନାନୀ ସୃଷ୍ଟି ହୋଇପାରିଛି ବୋଲି କହିଥିଲେ। ଶେଷରେ ଶ୍ରୀ ରାଉତ ନିଜ ବକ୍ତବ୍ୟରେ କେନ୍ଦୁଝର ଜିଲ୍ଲାରେ ତାଙ୍କର ଚାକିରୀ ଜୀବନ ଆରମ୍ଭ ହୋଇଥିଲା ଓ ଏହି ଜିଲ୍ଲାରେ ସେ ଅବସର ନେଉଥିବା ପ୍ରକାଶ କରିବା ସହ କେନ୍ଦୁଝର ଜିଲ୍ଲାର ମାଟିର ବାସ୍ନା ସେ କେବେ ଭୁଲି ପାରିବେ ନାହିଁ ବୋଲି  ଭାବପ୍ରବଣ ହୋଇ କହିଥିଲେ। ଏହି ସଭାରେ ରାଜକିଶୋର ଦାଶ, ବିଶ୍ୱନାଥ ରଣା, ଶିଶିର ମହାନ୍ତି, ସୁବୋଧ ଦାସ, ବୁଲୁ ମହାପାତ୍ର, ପ୍ରତାପ ଦାସ, ରାଜେନ୍ଦ୍ର ପରିଡା, ଦେବକାନ୍ତ ଦାସ, ଅଂଶୁମାନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶ ଥାଉ କି ପଦ୍ମନାଭ ରାଉତ ଦୀର୍ଘ ଦିନ ହେବ ବଡ଼ବିଲରେ ବନ ଅଧିକାରୀ ଭାବେ ଅବସ୍ଥାପିତ ଥିଲେ ଓ ଗତମାସ ସେ ପଦୋନ୍ନତି ପାଇଁ ସହକାରୀ ବନ ସଂରକ୍ଷକ ଭାବେ କେନ୍ଦୁଝରରେ ଯୋଗ ଦେଇଥିଲେ।

Leave A Reply

Your email address will not be published.