ଫଡ଼ି ଭିତରୁ ଅଜଣା ଯୁବକର ମୃତ ଦେହ ଉଦ୍ଧାର

14

ମେଲଛାମୁଣ୍ଡା (ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ କଟାପାଲି ଗ୍ରାମସ୍ଥିତ କେନ୍ଦ୍ୁପତ୍ର ଫଡି ଘର ଭିତରୁ ମେଲଛାମୁଣ୍ଡା ପୁଲିସ ସୋମବାର ଦିନ ଏକ ଅଜଣା ଯୁବକର ଶବ ଉଦ୍ଧାର କରିଛି । ଶବଟିର କେହି ଦାବୀ ଦାର ନ ବାହାରିବାରୁ ମେଲଛାମୁଣ୍ଡା ପୁଲିସ ଶବଟିକୁ ପଦ୍ମପୁର ଡାକ୍ତରଖାନାକୁ ନେଇ ବ୍ୟବଛେଦ କରିବା ସହ ଶବ ବ୍ୟବଛେଦ ଗୃହରେ ଆଗାମୀ ୭୨ଘଂଟା ପାଇଁ ରଖିଛି । ଏ ନେଇ ଥାନା ୟୁଡି କେସ ନଂ ୩/୧୯ରେ ମାମଲା ରୁଜୁ କରି ଏଏସଆଇ ନରେନ୍ଦ୍ର ପଣ୍ଡା ତଦନ୍ତ କରୁଛନ୍ତି । ପୁଲିସ ସୂତ୍ରରୁ ପା୍ରପ୍ତ ସୂଚନାନୂସାରେ କଟାପାଲି କେନ୍ଦୁଫଡିରେ ମୁନସୀ ଭାବେ କାମ କରୁଥିବା ଜିଲେଶ୍ୱର ଭୋଇ ଫଡିଘର ପାଖରେ ଥିବା ନଳକୂଅକୁ ପାଣି ଆଣିବା ପାଇଁ ଯାଇଥିଲେ । ସେଠାରେ ଏକ ବିକଟାଲ ଗନ୍ଧ ହେଉଥିବାର ଅନୁମାନ କରି ଫଡି ଘର ଭିତରୁ ଗନ୍ଧଟି ଆସୁଥିବାର ଅନୁମାନ କରି ଫଡି ଘରର କବାଡ କାଢିଥିଲେ । ଫଡି ଭିତରେ ଏକ ଯୁବକର ମୃତ ଦେହ ପଡି ର୍ଦୁଗନ୍ଧ ହେବା ସହ ଦେହର ବିଭିନ୍ନ ସ୍ଥାନରେ ପୋକ ହୋଇଯାଇଥିବାର ଦେଖି ମେଲଛାମୁଣ୍ଡା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳକୁ ଯାଇ ଶବଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଯୁବକ ଜଣକର କୌଣସି ପରିଚୟ କିମ୍ବା କୌଣସି ଦାବିଦାର ବାହାରି ନ ଥିଲେ । ଯଦ୍ୱାରା ପୁଲିସ ଶବଟିକୁ ବ୍ୟବଛେଦ କଲା ପରେ ଶବ ଗୃହରେ ଗଛିତ ରଖି ସମସ୍ତ ଥାନା ଅଂଚଳକୁ ଖବର ଲଗାଇଛି । କାଳେ ବୃଦ୍ଧାର ପରିଚୟ ପାଇ ତାଙ୍କର ଉତରାଧିକାରୀ ପଂହଚିବେ ବୋଳି । ନଚେତ ଆଗାମୀ ୭୨ଘଂଟା ପରେ ଶବଟିକୁ ପୋତି ଦିଆଯିବ ବୋଲି ପୁଲିସ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ପ୍ରାରମ୍ଭିକ ତଦନ୍ତରୁ ଯୁବକଟି ପ୍ରାୟ ୩୦ବର୍ଷର ହୋଇଥିବା ବୋଲି ଅନୁମାନ କରାଯାଇଛି । ଯୁବକଟି ଫଡି ଘରେ ଭିତରେ ମରି ପଡିବାର କିଛି ଦିନ ବିତିଯାଇଥିଲେ ମଧ୍ୟ କେନ୍ଦୁପତ୍ର ବିଭାଗର କର୍ମଚାରୀ ଟେର ନ ପାଇବା ଘଟଣାକୁ ଅଧିକ ରହସ୍ୟାବୃତ କରିଛି ।   

Leave A Reply

Your email address will not be published.