ବେଆଇନ ଭାବରେ ବାଲି ଚୋରା ଚାଲାଣ ହାଇବା ଜବତ

0

ବରଗଡ/ ଝାରବନ୍ଧ :- ଝାରବନ୍ଧ ଅଂଚଳର ବିଭିନ୍ନ ନଦୀ ପଠାରୁ କ୍ରମାଗତ ଭାବରେ ବାଲି ଚୋରି ହେଇ ପଡୋଶୀ ଛତିଶଗଡ଼ ରାଜ୍ୟ କୁ ଚାଲାଣ ହେଉଥିବା ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଉଛି । ଚୋର ମାନେ ଏତେ ପ୍ରଫେସନାଲ ଯେ ପ୍ରଶାସନ ର ଆଖିରେ ଧୂଳି ଦେଇ  ଅନବରତ ଭାବରେ ଏହି କାର୍ଯ୍ୟ  କରି ଆସୁଛନ୍ତି । ବାଲି ଚୋରି ରୋକିବାକୁ ପ୍ରଶାସନ ତରଫରୁ ପଦକ୍ଷେପ ମଧ୍ୟ ନିଆଯାଉଛି ହେଲେ ଚୋରମାନେ ପ୍ରଶାସନ ଠାରୁ ଅଧିକ ହୁସିଆର। ହେଲେ ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଝାରବନ୍ଧ ଅତିରିକ୍ତ ତହସିଲଦାର ଶ୍ରୀ ପର୍ଶୁରାମ ଆର୍ଯ୍ୟନ ପଣ୍ଡା ବାଲି ବୋଝେଇ ଏକ ହାଇବା କୁ ଲଉଡିଦରହା ନିକଟରେ ଧରିଥିଲେ । ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ବାଲି ବୋଝେଇ ଗାଡିଟି ଛତିଶଗଡ଼ କୁ ଯାଉଥିଲା । ଗାଡିଟି ଧରିବା ପରେ ଶ୍ରୀ ପଣ୍ଡା ନିୟମ ମୁତାବକ ତିରିଶ ହଜାର ଟଙ୍କାର ଜରିମାନା ଅସୁଲ କରିବା ପରେ ଗାଡିକୁ ଛାଡି ଦେଇଥିଲେ ।

Leave A Reply

Your email address will not be published.