ରାଜ୍ୟସ୍ତରୀୟ ‘ଥ୍ରୋ ବଲ’ ରେଫରୀ ପରୀକ୍ଷା ଶେଷ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ପୁରୀଠାରେ ଥିବା ରାଜ୍ୟ ‘ଥ୍ରୋ ବଲ’ ସଂଘ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜୁନ ୮ରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଥ୍ରୋ ବଲ ପରୀକ୍ଷା-୨୦୧୯ ଆଜି ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ପୂର୍ବତନ ଶାରିରୀକ ଶିକ୍ଷା ଶିକ୍ଷକ ସଂଘର ସଭାପତି ନିରୂପମା ଦାସଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ା ଅଧିକାରୀ ଭୋଜରାଜ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଥ୍ରୋବଲ ସଂଘର ସମ୍ପାଦକ ଜିତେନ୍ଦ୍ରନାଥ ଦାସ, ସମ୍ମାନୀତ ଅତିଥି ଭାବେ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂ, ପୂର୍ବତନ ଶାରିରୀକ ଶିକ୍ଷା ଶିକ୍ଷକ ସଂଘର ସମ୍ପାଦକ ମୋହନ ଚରଣ ମହାନ୍ତ ପ୍ରମୁଖ ଯୋଗ ଦେଇ ଥ୍ରୋ ବଲ ପରୀକ୍ଷା -୨୦୧୯ର ଶୁଭ ଉଦଘାଟନ କରିଥିବା ବେଳେ ଆଜି ଏହାର ଉଦଯାପିତ ହୋଇଛି । ଏଥି ନିକ୍କେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ତ୍ରୋ ବଲ ସଂଘର ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ରେଫରୀ ବୋର୍ଡର  ମୁଖ୍ୟ ତଥା ଓଡ଼ିଶା ଥ୍ରୋ ବଲ ସଂଘର ଯୁଗ୍ମସମ୍ପାଦକ ଯଶୋବନ୍ତ ପରମଗୁରୁ, ଓଡ଼ିଶା ଥ୍ରୋ ବଲ ସଂଘର ଯୁଗ୍ମସମ୍ପାଦକ ସୁନୀଲ କୁମାର ମହାନ୍ତ ଓ ମୟୂରଭଞ୍ଜ ଜିଲ୍ଲା ଶାରିରୀକ ଶିକ୍ଷା ଶିକ୍ଷକ ସଂଘର ଯୁଗ୍ମସମ୍ପାଦକ ଦୀପକ ରାମ ପ୍ରମୁଖ ଯୋଗ ଦେଇ ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ନୂତନ ଭାବେ ଯୋଡ଼ି ହୋଇଥିବା ଥ୍ରୋ ବଲ କ୍ରୀଡ଼ାର ଏହି ରେଫରୀ ପରୀକ୍ଷା ଓ ପ୍ରଶିକ୍ଷଣ ଯୋଗୁଁ ରାଜ୍ୟରେ ଉକ୍ତ କ୍ରୀଡ଼ାର ଗୁଣାତ୍ମକ ବିକାଶ ହେବ ବୋଲି ମତପୋଷଣ କରିଥିଲେ । ଏଥି ସହିତ ରେଫରୀ ପରୀକ୍ଷାରେ ହୋଇଥିବା ପ୍ରାକ୍ଟିକାଲ, ଥିଓରୀ , ମୌଖୀକ ଓ ଅଫିସଏଟିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀମାନଙ୍କୁ ଆସନ୍ତା ଜୁଲାଇ ଶେଷ ସପ୍ତାହରେ ଭୂବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମ  ପରିସରରେ ଆୟୋଜିତ ହେବାକୁ ଥିବା ସମାବର୍ତ୍ତନ ସମାରୋହରେ ରାଜ୍ୟ ଥ୍ରୋ ବଲ ରେଫରୀ ପରିଚୟପତ୍ର ସହ ଅଫିସିଏଟିଂ କିଟ ଆଦି ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ ଆଜିର ଏହି କାର୍ଯ୍ୟକ୍ରମର ପରିଚାଳନାରେ କ୍ରୀଡ଼ାବିତ୍ ଜୟନ୍ତ କୁମାର ମହାନ୍ତ, ଜିତେନ ବାହାଦୂର ଲାମା, ବାମ ଚରଣ ବାନରା ପ୍ରମୁଖ ସହାୟତା କରିଥିଲେ ।

Leave A Reply

Your email address will not be published.