ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ନିମନ୍ତେ ଜୁନ ୧୬ରୁ ବନ୍ଦ ହେବ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁନ ୧୬ରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଓଡ଼ିଶାରେ ମୌସୁମୀ ବାୟୁ ପହଁଞ୍ଚି ନାହିଁ । ପୁଣି, ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତେଣୁ, ପର୍ଯ୍ୟଟକମାନେ ନିଜର ମନୋରଞ୍ଜନ ସହ ଗ୍ରୀଷ୍ମ ପ୍ରବାହରୁ କିଛି ସମୟ ନିସ୍ତାର ପାଇବା ନିମନ୍ତେ ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟକୁ ଆସିଥାନ୍ତି । ତେଣୁ, ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ରାଜ୍ୟରେ ମୌସୁମୀ ବାୟୁ ଆସିବା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ  ନିର୍ଦ୍ଦେଶ  ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କୁ ଭିତରକୁ ପ୍ରବେଶ ନିମନ୍ତେ ଅନୁମତି ମିଳିବ ନାହିଁ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟର କ୍ଷେତ୍ର ସଂରକ୍ଷକ ତଥା ଏଡ଼ିସନାଲ ପ୍ରିନ୍ସପାଲ ଚିଫ୍ କନ୍ଯାରଭେଟର  ତାଙ୍କର ପତ୍ର ସଂଖ୍ୟା ୫୧୮/୨୦୧୯ ବଳରେ ଏକ ନିର୍ଦ୍ଦେଶନାମା ଜାରି କରିବା ସହ ଏହାର ଏକ ନକଲ ସମସ୍ତ ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.