ଓଡ଼ିଶା ଡିଜିପିଙ୍କ ରାଉରକେଲା ଗସ୍ତ

9

୩ ପୋଲିସ ଜିଲ୍ଲାର ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବିନୟତୋଷ ମିଶ୍ର ମଙ୍ଗଳବାର ଦିନିକିଆ ସରକାରୀ ଗସ୍ତରେ ରାଉରକେଲା ଆସି ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇଥିଲେ।

ବୈଠକରେ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ସମେତ ରାଉରକେଲା ଏସ୍‌ପି ନିତେଶ ୱାଧୱାନୀ, ସୁନ୍ଦରଗଡ଼ ଏସ୍‌ପି ଅମୃତ ପାଲ କୌର ଏବଂ କେନ୍ଦୁଝର ଏସ୍‌ପି ନୀତିନ କୁସାଲକରଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେଇଥିଲେ।

ସମୀକ୍ଷା ବୈଠକରେ ରାଉରକେଲା, ସୁନ୍ଦରଗଡ଼ ଓ କେନ୍ଦୁଝର ପୋଲିସ ଜିଲ୍ଲାର ଅପରାଧ ପରିସ୍ଥିତି, ଅପରାଧ ନିବାରଣ ଓ ନିୟନ୍ତ୍ରଣ ପଦକ୍ଷେପ, ପୋଲିସର କାର୍ଯ୍ୟଦକ୍ଷତା ଏବଂ ସାମଗ୍ରିକ ଆଇନଶୃଙ୍ଖଳା ସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହାସହ ତିନୋଟି ପୋଲିସ ଜିଲ୍ଲାର ସୁରକ୍ଷା ବ୍ୟବସ୍ଥା ଓ ପୋଲିସ ପ୍ରଶାସନର କାର୍ଯ୍ୟକାରିତାର ସମୀକ୍ଷା କରାଯାଇଥିଲା।

ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ଦିନା ଦସ୍ତଗିରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.