ପୋଡ଼ାପାଡ଼ିଠାରେ ପ୍ରାଚୀନ ଧବଳେଶ୍ୱର ମନ୍ଦିରର ନୂତନ ନିର୍ମାଣ ପାଇଁ ଭୂମିପୂଜନ

9

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ପୋଡ଼ାପାଡ଼ି ପଞ୍ଚାୟତ ସଦର ମହକୁମାଠାରେ ଅବସ୍ଥିତ ବହୁ ପୁରାତନ ଧବଳେଶ୍ୱର ମନ୍ଦିରର ନବନିର୍ମାଣ ନିମନ୍ତେ ବୁଧବାର ଦିନ ବୈଦିକ ରୀତିନୀତି ଅନୁଯାୟୀ ଭୂମିପୂଜନ କାର୍ଯ୍ୟକ୍ରମ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି।
ଏହି ପବିତ୍ର ଅବସରରେ ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଉପସ୍ଥିତ ରହି ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ। ଆଦିତ୍ୟ ଆଲୁମିନା ରିଫାଇନାରୀ, କଂସାରୀଗୁଡ଼ାର ପ୍ରକଳ୍ପ ମୁଖ୍ୟ ଡ଼. ମଜହର ବେଗ୍‌, ଶ୍ରୀମତୀ ହେନା ବେଗ୍‌, ମାନବ ସମ୍ବଳ ବିଭାଗ ମୁଖ୍ୟ ଦୀପକ ମହାନ୍ତି, ରମେଶ ଦୁବାଡୁ, ବ୍ରିଗେଡିୟର ପି.କେ. ପାଢ଼ୀ, ଧୀରେନ ପ୍ରଧାନ, ଜଗଦୀଶ ବିଶ୍ୱାଳଙ୍କ ସମେତ କମ୍ପାନୀର ସିଏସ୍‌ଆର୍‌ ବିଭାଗର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।
ସେହିପରି ରାୟଗଡ଼ା ବିଧାୟକ ଆପଲସ୍ୱାମୀ କାଡ୍ରାକା, ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା, ମହିଳା ସଭାନେତ୍ରୀ ଅନୁସୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ବିଏସପି ରାଜ୍ୟ ସଭାପତି ସରଜ ନାୟକ, ଲଷ୍ମୀପୂର ବ୍ଲକ ବିଜେଡି ସଭାପତି ବିପିନ ମାଣ୍ଡିଙ୍ଗା,ପୋଡ଼ାପାଡ଼ି ସରପଞ୍ଚ ଲୀଳାବତୀ ମାଣ୍ଡିଙ୍ଗା ଓ ବାଙ୍କାମ୍ବ ସରପଞ୍ଚ ପିଲକୁ ମାଝୀ ପ୍ରମୁଖ ଯୋଗଦେଇଥିଲେ।


ଏହି ଅବସରରେ ଆଗାମୀ ଦିନରେ ମନ୍ଦିର ନିର୍ମାଣ କାର୍ଯ୍ୟକୁ ସଫଳତାର ସହ ଆଗେଇ ନେବା ନିମନ୍ତେ ଆବଶ୍ୟକ ଅନୁଦାନ ସଂଗ୍ରହ ଓ ସହଯୋଗ ଉପରେ ଉପସ୍ଥିତ ଅତିଥି ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମନ୍ଦିରର ନବନିର୍ମାଣ ଦ୍ୱାରା ଅଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ପରମ୍ପରା ଆହୁରି ସମୃଦ୍ଧ ହେବ ବୋଲି ଆଶା ପ୍ରକାଶ ପାଇଥିଲା।


ଭୂମିପୂଜନ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଶ୍ରୀ ପ୍ରତାପ ଲାଲ ସିଂ ଦାୟିତ୍ୱ ତୁଲାଇଥିବା ବେଳେ ମନ୍ଦିରର ପୂଜକ ସଞ୍ଜୟ ଷଡ଼ଙ୍ଗୀଙ୍କ ସହ ହରିହର ମିଶ୍ର, ସତ୍ୟନାରାୟଣ ରଥ ଓ ଅନନ୍ତ ଷଡ଼ଙ୍ଗୀ ପୂଜାବିଧି ସମ୍ପନ୍ନ କରିଥିଲେ।
କାର୍ଯ୍ୟକ୍ରମକୁ ଡଉଳ ରତ୍ନ ଚୌଧୁରୀ, ରାଜେନ୍ଦ୍ର ଦୁରିଆ, ବିଦ୍ୟା ରତ୍ନ ଚୌଧୁରୀ, ବିଜୟ ରତ୍ନ ଚୌଧୁରୀ, ନୀଳାଞ୍ଚଳ ପାତ୍ର, ଅଭିମନ୍ୟୁ ବେହେରା, ଚନ୍ଦନ ସିଂ ଓ ନୀଳକଣ୍ଠ ଝଡ଼ିଆଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ସହଯୋଗ କରିଥିଲେ।

Leave A Reply

Your email address will not be published.