ବେଲଗୁଣ୍ଠାରେ ଶୁଭାରମ୍ଭ ହେଲା ‘ଶ୍ରୀ ଡିଜିଟାଲ ସେବା ସେଣ୍ଟର’ ତଥା ଏସବିଆଇ ଗ୍ରାହକ ସେବା କେନ୍ଦ୍ର

11

ବେଲଗୁଣ୍ଠା-୧୧/୧୧:(ଶିବରାମ ଚୌଧୁରୀ )-ଜନସାଧାରଣଙ୍କୁ ସହଜ ଓ ସୁଲଭ ସେବା ଯୋଗାଇଦେବା ଲକ୍ଷ୍ୟରେ ବେଲଗୁଣ୍ଠା ଶାସନ ସାହିଠାରେ ଏକ ନୂତନ ଡିଜିଟାଲ ସେବା ତଥା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାହକ ସେବା କେନ୍ଦ୍ର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ଭି. ଦେବୀ ପ୍ରସାଦ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ।ତେବେ ଷ୍ଟେଟ୍ ବ୍ୟାଙ୍କର ବଢ଼ୁଥିବା ଗ୍ରାହକମାନଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସଠିକ୍ ଓ ତୁରନ୍ତ ସେବା ପ୍ରଦାନ କରିବା ଦିଗରେ ଏହି କେନ୍ଦ୍ରଟି ଏକ ବଡ଼ ମାଧ୍ୟମ ସାଜିବ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ।ଏହି କେନ୍ଦ୍ରରେ କେବଳ ବ୍ୟାଙ୍କିଙ୍ଗ୍ ସେବା ନୁହେଁ, ବରଂ କମନ୍ ସର୍ଭିସ୍ ସେଣ୍ଟର ଜରିଆରେ ବିଭିନ୍ନ ପ୍ରକାରର ସରକାରୀ ଯୋଜନା ପାଇଁ ଅନଲାଇନ୍ ଆବେଦନ, ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ଆବେଦନ, ପାସ୍‌ପୋର୍ଟ ଏବଂ ଡ୍ରାଇଭିଙ୍ଗ୍ ଲାଇସେନ୍ସ ଆବେଦନ ପରି ଜରୁରୀ ସୁବିଧାଗୁଡ଼ିକ ମଧ୍ୟ ସ୍ଥାନୀୟ ଲୋକଙ୍କ ପାଇଁ ଉପଲବ୍ଧ ହେବ ବୋଲି କେନ୍ଦ୍ରର ନିର୍ଦ୍ଦେଶକ ମଧୂସୁଦନ ଦାଶ ଓ ସହ ନିର୍ଦ୍ଦେଶିକା ଭବାନୀ କୁମାରୀ ରଥ ସୂଚନା ଦେଇଥିଲେ ।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ କ୍ଳବ୍ ୯୯ ର ସଭାପତି ନିରଞ୍ଜନ ପତି, ଉପସଭାପତି ସନ୍ତୋଷ କୁମାର ସାହୁ,ଯୁବ ନେତା ଭକ୍ତବନ୍ଧୁ ପରିଡା,ଯୁବ ସ୍ବେଛାସେବୀ କାଶୀନାଥ ସାହୁ, ସୁଶାନ୍ତ କୁମାର ସାହୁ, ସୁଶାନ୍ତ କୁମାର ବିଷୋୟୀ, ଶ୍ରୀକାନ୍ତ ଲେଙ୍କା, ସନ୍ତୋଷ ପ୍ରଧାନଙ୍କ ସମେତ ବରିଷ୍ଠ କଳାକାର ମୋତିଲାଲ୍ ପତି,ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରମେଶ ପାତ୍ର, କୈଳାସ ଚନ୍ଦ୍ର ପାତ୍ର,ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସମ୍ପାଦକ ବୁଲୁ ଦାସ, ଅଜିତ ପତି,ରାକେଶ ଚନ୍ଦ୍ର ପାତ୍ର,ରବିନ୍ଦ୍ର ନାଥ ପାତ୍ର,ସୁଦାମ ତ୍ରିପାଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave A Reply

Your email address will not be published.