ବେଲଗୁଣ୍ଠା -୧୧/୧୧-(ଶିବରାମ ଚୌଧୁରୀ )-ଗତ ମାସରେ ହୋଇଥିବା ବାତ୍ୟା ଅର୍ଣ୍ଣବ ପ୍ରଭାବରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ପ୍ରଳୟକାରୀ ବର୍ଷା ଏବଂ ବନ୍ୟା କାରଣରୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକରେ ବ୍ୟାପକ କ୍ଷେୟକ୍ଷତି ଘଟିଥିଲା। ଲୋହରାଖଣ୍ଡି ନଦୀରେ ପ୍ରବଳ ବନ୍ୟାଜଳ ପ୍ରବେଶ କରିବା ଫଳରେ ବେଲଗୁଣ୍ଠା ବ୍ଳକ୍ ଇଙ୍ଗିନାଠି ପଞ୍ଚାୟତର ଇଙ୍ଗିନାଠି, ରତଙ୍ଗ, ମନ୍ଦାର, ଉସ୍ତପଲ୍ଲୀ, ସାରିଆପଲ୍ଲୀ ଏବଂ ବଲାଡ଼ି ଆଦି ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଥିବାବେଳେ ବିଭିନ୍ନ ସଂଗଠନ ଓ ପ୍ରଶାସନ ପକ୍ଷରୁ ରିଲିଫ୍ ଯୋଗାଇ ଦିଆଯାଇଛି । ଏହି ଅବସରରେ କ୍ଷତିଗ୍ରସ୍ତ ମାନଙ୍କୁ ସରକାରୀ ସହାୟତା କରିବା ପାଇଁ ସରକାର ଘୋଷଣା କରିଥିଲେ ।ଏହି ପରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ବ୍ଲକର ମନ୍ଦାର ଠାରୁ କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ପାଇଁ ସରକାରୀ ସହାୟତା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ସରକାର ଙ୍କ ନିର୍ଦ୍ଦେଶ ଅନୁଯାୟୀ ବନ୍ୟା ଦ୍ଵାରା ପ୍ରଭାବିତ ପ୍ରତ୍ୟେକ ଘରକୁ ସହାୟତା ସ୍ଵରୂପ ୨୫୦୦ ଟଙ୍କା ଏବଂ ୫୦ କିଲୋଗ୍ରାମ ଚାଉଳ ପ୍ରଦାନ କରାଯାଉଛି।
ଆଜିର ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବିଧାୟକଙ୍କ ପ୍ରତିନିଧି ତଥା ଯୁବ ସମାଜସେବୀ ଜିତେନ୍ଦ୍ର କୁମାର ନାୟକ, ବେଲଗୁଣ୍ଠା ବିଡିଓ ସିଙ୍ଗାପୁରମ୍ ହରି, ତହସିଲଦାର କଳାକୃଷ୍ଣ ପ୍ରଧାନ, ଇଙ୍ଗିନାଠି ସରପଞ୍ଚ ଶୁକଦେବ ସ୍ୱାଇଁ ଏବଂ ସମିତି ପ୍ରତିନିଧି ରାଜେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଟଙ୍କା ଏବଂ ଚାଉଳ ବଣ୍ଟନ କରିଥିଲେ। ସରକାରଙ୍କ ଦ୍ଵାରା ଧାର୍ଯ୍ୟ ହୋଇଥିବା ଏହି ସହାୟତା ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.