ବେଲଗୁଣ୍ଠା ପେଣ୍ଠସାହି ଜଗନ୍ନାଥ ମନ୍ଦିରରେ ଗିରି ଗୋବର୍ଦ୍ଧନ ଉତ୍ସବ ପାଳିତ

26

ବେଲଗୁଣ୍ଠା,୦୯/୧୧,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରର ପେଣ୍ଠସାହି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଗିରି ଗୋବର୍ଦ୍ଧନ ଉତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ମନ୍ଦିରରେ ଦିନତମାମ ବିଭିନ୍ନ ପାରମ୍ପରିକ ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା।ସକାଳୁ ମଙ୍ଗଳ ଆଳତି ଓ ମଇଲମ ନୀତି ସମ୍ପନ୍ନ ହେବା ପରେ ସକାଳ ୬ଟା ୪୫ ମିନିଟ୍‌ରେ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା। ଏହି ନୀତି ଅବସରରେ ୧୦୮ ଆଳତି କରାଯାଇଥିଲା। ପରେ ବାଳଧୂପ ନୀତି ସମ୍ପନ୍ନ ହେବା ସହ ଗିରି ଗୋବର୍ଦ୍ଧନ ଉତ୍ସବର ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାବିଧି ସମ୍ପାଦନ କରାଯାଇଥିଲା।ଏହି ଅବସରରେ ଠାକୁରଙ୍କ ନିକଟରେ ପ୍ରସାଦ ଅର୍ପଣ ପରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ସନ୍ଧ୍ୟାରେ ସନ୍ଧ୍ୟା ଆଳତି ସହ ଦିନର ସମସ୍ତ ଧାର୍ମିକ କାର୍ଯ୍ୟ ସମାପନ ହୋଇଥିଲା।ଏହି ଉତ୍ସବର ସୁପରିଚାଳନାରେ ଅନୀଲ କୁମାର ପାତ୍ର ଓ ଦିବାକର ଷଡ଼ଙ୍ଗୀ ସହଯୋଗ କରିଥିଲେ।

Leave A Reply

Your email address will not be published.