ପଦ୍ମପୁର/ଶିବାଶିଷ ପଟ୍ଟନାୟକ : ମୃତ୍ୟୁ ପରେ ବି ଅନ୍ୟର ଜୀବନରେ ଆଲୋକ ଭରିବାର ମହତ୍ ଉଦାହରଣ ସୃଷ୍ଟି କରିଛନ୍ତି ପଦ୍ମପୁର ସହର ଗାଇସିଲେଟ ରୋଡ୍ସ୍ଥିତ ସ୍ୱର୍ଗତ ଓମପ୍ରକାଶ ଅଗ୍ରୱାଲଙ୍କ ପରିବାର। ଗତକାଲି ସନ୍ଧ୍ୟା ରେ ୮୨ ବର୍ଷ ବୟସରେ ଓମପ୍ରକାଶଙ୍କ ପରଲୋକ ଘଟିଥିବାବେଳେ, ତାଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ ଚକ୍ଷୁଦାନ କରାଯାଇଛି। ସ୍ୱର୍ଗତ ଓମପ୍ରକାଶ ଅଗ୍ରୱାଲ ଫେନ୍ସି କଟେଜ ମାଲିକ ହରିଶଙ୍କର ଅଗ୍ରୱାଲ (ନବୁ)ଙ୍କ ପିତା ଅଟନ୍ତି। ଶୋକର ଏହି ଦୁଃଖଦ ସମୟରେ ପରିବାର ପକ୍ଷରୁ ନିଆଯାଇଥିବା ଏହି ମାନବିକ ପଦକ୍ଷେପ ସମାଜକୁ ଏକ ମହତ୍ ବାର୍ତ୍ତା ଦେଇଛି। ଚକ୍ଷୁଦାନ ମାଧ୍ୟମରେ ଅନ୍ୟ କାହା ଜୀବନରେ ନୂଆ ଆଶାର ଆଲୋକ ଭରିବାର ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି। ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।