ମହାକାଳୀଙ୍କ ପୂଜାରେ ଝଲସୁଛି ଅମର୍ଦାରୋଡ।

9

ବସ୍ତା 9/11:ଯୁଗେ ଯୁଗେ ପୃଥିବୀରୁ ଦୁଷ୍ଟ ଦମନ ସହିତ ଶାନ୍ତି ପ୍ରତିଷ୍ଠା ପାଇଁ ଦେବାଦେଵୀଙ୍କର ଆବିର୍ଭାବ ହୋଇଥାଏ ଧରାପୃଷ୍ଟରେ। ସେହିଭଳି ପୃଥିବୀରୁ ଅସତ୍ୟ ଓ କଳି ରୂପଜ ମନକୁ ବିଲୋପ କରି ସତ୍ୟ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଆଗବେତାରେ ସହ ନୂତନ ସୃଷ୍ଟି ସଂଚାର ନିମନ୍ତେ ମା’ଶ୍ୟାମାକାଳୀଙ୍କର ଆଗମନ ହୁଏ ଦୀପାବଳୀ ରାତ୍ରୀରେ। କାର୍ତ୍ତକ ମାସ କୃଷ୍ଣପକ୍ଷ ତୃତୀୟା ତିଥିରେ ଭାରତର ମା’ଙ୍କର ପୂଜାକୁ ଶ୍ରଦ୍ଧା ଓ ଭକ୍ତିର ସହିତ ପାଳନ କରାଯାଉଛି। ଏହି ଅବସରରେ ବସ୍ତା ବ୍ଲକ ଅଞ୍ଚଳରେ ବିଭିନ୍ନ ବ୍ୟବସାୟୀ ସଂସ୍ଥା ଓ ସର୍ବଜାନିନ ପୂଜା କମିଟିଙ୍କ ଦ୍ୱାରା ଧୂମଧାମର ସହିତ ପାଳନ ହେଉଥିବା ବେଳେ ଅମର୍ଦାରୋଡ ବାସନ୍ତପୁର ବ୍ୟାଙ୍କ ବଜାର,ନାରାୟାଣପୁର ମଦନପାଳ ଘର ସମୁଖରେ ଏବଂ ବେଲା କାଳୀ ମନ୍ଦିର ପୂଜା ହେଉ ଥିଲେ ବି ସମଗ୍ର ରାଜ୍ୟରେ ଧୂମା ଧାମରେ ଚାଲିଛି ପୂଜା। କାଳୀଙ୍କର ଷୋଡଶ ଉପଚାର ପୂଜା। ତନ୍ତ୍ର ଓ ମନ୍ତ୍ର ଶକ୍ତିର ପ୍ରତୀକ ସୁରୂପ ମାଆଙ୍କୁ ଘରୋଇ ଭାବେ ଏବଂ ବିଭିନ୍ନଅନୁଷ୍ଠିନ ପକ୍ଷରୁ ମଧ୍ୟ ରାତ୍ରୀରେ ପୂଜା ହେଉ ଥିବା ଲକ୍ଷ୍ୟ କରାଯାଉଛି। ସୁଉଛ ତୋରଣ ସହ ରଙ୍ଗ ବେରଙ୍ଗ ଆଲୋକମାଳାରେ ମାଆଙ୍କର ମୃଣ୍ମୟ ମୃତ୍ତି ଝଲସି ଉଠୁଥିବା ଦେଖିବାକୁ ମିଳିଛି। କିମ୍ୱାଦନ୍ତୀ ଅନୁସାରେ ଧରାପୃଷ୍ଟରେ ବଢି ଚାଲିଥିବା ଅସତ୍ୟ ଓ ଅଧର୍ମର ବିନାଶ ପାଇଁ ପ୍ରଳୟ ସୃଷ୍ଟି ସହ ମହାକାଳୀ ରୂପ ଧାରଣ କରିଥାନ୍ତି। ମାଆଙ୍କୁଦକ୍ଷିଣକାଳୀ, ଭଦ୍ରକାଳୀ, ଶ୍ୟାମାକାଳୀ, ଛିନ୍ନମସ୍ତ କାଳୀ,ଶ୍ମାଶନ କାଳୀ ଏବଂ ମହାକାଳୀ ଆଦି ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଉଛି।ସବୁଠାରୁ ବଡ଼ କଥା ହେଲା ଅନ୍ୟାନ୍ୟ ଦେବାଦେବୀ ଙ୍କର ପୂଜାଅର୍ଚ୍ଚନା 2/3ଦିନ ଧରି ହୋଉଥିଲେ ବି ମହାକାଳୀଙ୍କର ପୂଜା ପଦ୍ଧତି ସମ୍ପୂର୍ଣ୍ଣ ଭିନ୍ନ। ମଧ୍ୟ ରାତ୍ରୀର ପୂଜା ଆରମ୍ଭ ହୋଇ ସାଙ୍ଗେ ସାଙ୍ଗେ ମାଆଙ୍କୁ ବିସର୍ଜନ କରାଯାଇଥାଏ।

Leave A Reply

Your email address will not be published.