ସୋହେଲା: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣା ଗ୍ରାମର ବରିଷ୍ଠ କଂଗ୍ରେସ ନେତା ସୁରେଶ ଚନ୍ଦ୍ର ପଧାନଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗତ ଅକ୍ଟୋବର ୩୦ ତାରିଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କର ଅକାଳ ବିୟୋଗରେ ରାଜନୈତିକ ମହଲ ସମେତ ସମଗ୍ର ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।ଏହି ପରିପ୍ରେକ୍ଷୀରେ ଗର୍ଭଣା ଗ୍ରାମରେ ତାଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ସଭାରେ କୃଷକ ନେତା ଲିଙ୍ଗରାଜ, କଂଗ୍ରେସ ନେତା ସରୋଜ ମହାପାତ୍ର, ବାବୁଲୁ ଦେବତା, ଗଣତନ୍ତ୍ର ପଧାନ, ଗିରିଜା ଆଚାର୍ଯ୍ୟ ଏବଂ ହାସ୍ୟକବି ନୀତିଶ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଧାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଉପସ୍ଥିତ ବକ୍ତାମାନେ ସ୍ୱର୍ଗତ ପଧାନଙ୍କ ଜୀବନୀ, ରାଜନୈତିକ ଜୀବନ, ସାମାଜିକ କାର୍ଯ୍ୟକଳାପ ଏବଂ ଜନସାଧାରଣଙ୍କ ସହ ତାଙ୍କର ଆତ୍ମୀୟ ସମ୍ପର୍କ ସମ୍ପର୍କରେ ଆଲୋକପାତ କରିଥିଲେ। ଜଣେ ମିଷ୍ଟଭାଷୀ, ମେଳାପୀ ତଥା ଜନସାଧାରଣଙ୍କ ସୁଖଦୁଃଖରେ ସାମିଲ ହେଉଥିବା ବ୍ୟକ୍ତିତ୍ୱ ଭାବେ ତାଙ୍କୁ ସମସ୍ତେ ସ୍ମରଣ କରିଥିଲେ। ତାଙ୍କର ଅକାଳ ବିୟୋଗ ସମାଜ ଓ ରାଜନୈତିକ କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ଗ୍ରାମବାସୀ, ଶୁଭେଚ୍ଛୁ, ରାଜନୈତିକ କର୍ମୀ ଓ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଯୋଗଦେଇ ସ୍ୱର୍ଗତ ପଧାନଙ୍କ ପ୍ରତି ନିଜର ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ। ଶେଷରେ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମସ୍ତେ ସମବେଦନା ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post