ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଶ୍ୱାସରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଶୀତରୁତୁରେ ଧୂଳି, ପୁଷ୍ପରେଣୁ, ଘର ଅଳନ୍ଧୁ,ରୋଷେଇର ମସଲା ଛୁଙ୍କ, ବାଣର ରାସାୟନିକ ଧୂଆଁ ଶ୍ୱାସ ନଳୀର ସମ୍ପର୍କରେ ଆସିଲେ ଦୁର୍ବଳ ନାଡୀତନ୍ତୁ ବିକ୍ଷୁବ୍ଧ ହୋଇ ଶ୍ୱାସ ରୋଗ ସୃଷ୍ଟି ହୁଏ।ଫୁସଫୁସର ବାୟୁ କୋଷ, ଶ୍ଵାସନଳୀରେ କଫ ଜମି ରହିଲେ, ଆଲର୍ଜି ହେଲେ ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ହୁଏ।କାରଣ ଗୁଡିକୁ ଛାଡି ଖୋଲା ଶୁଦ୍ଧ ପରିବେଶରେ ରହିବେ, ମୃଦୁ ବ୍ୟାୟମ କରିବେ, ସୋରିଷ ତେଲ ମାଲିସ୍ କରିବେ, ପାଚିଲା ଫଳ, ଦ୍ରାକ୍ଷା ଖାଇବେ, ପୃଷ୍ଟିକର ଖାଦ୍ୟ ଖାଇବେ। ଥଣ୍ଡା ପାନୀୟ, ଖଟା ଖାଇବେ ନାହିଁ। ବାସଙ୍ଗପତ୍ର ରସ, ଗୋଲମରିଚ ଚୂର୍ଣ୍ଣ ଗୁଡ଼ କିମ୍ବା ଗୁଡ଼, ବାହାଡ଼ା, ପିପ୍ପଳୀ,ସୋରିଷ ତେଲ ବା ଖଜରା, ଦ୍ରାକ୍ଷା,ପିପ୍ପଳୀ ଗୁଡ଼ ମିଶାଈ ଖାଇଲେ ଭଲ ହୋଇଯାଏ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡଃ ସାହୁ ଅନୁରୋଧ କରିଛନ୍ତିl
ଡ଼ଃ ନକୁଳ ନକୁଳ ସାହୁ, ଫୋନ 9861450612
Sign in
Sign in
Recover your password.
A password will be e-mailed to you.