ଘେଁସ ଶିତଳଷଷ୍ଠୀ: ହିମାଦ୍ରୀ ନଗରକୁ ବର ବେଶରେ ପହଂଚିଲେ ବାବା ସ୍ୱପ୍ନେଶ୍ୱର

0

ମେଲଛାମୁଣ୍ଡା (ମନୋଜ ଭୋଇ) – ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସରେ ଚାଲିଥିବା ଶିବ ପାର୍ବତୀଙ୍କ ଅଲୌକିକ ବିବାହ ପର୍ବ (ଶିତଳ ଷଷ୍ଠୀ) ଯାତ୍ରା ଚଲିତ ବର୍ଷ ୨୩ ତମରେ ପହଂଚି ସାରିଛି । ଯାତ୍ରାର ବୟସ ଯେତେ ଯେତେ ବଢି ଚାଲିଛି ଯାତ୍ରାର ମାହୋଲ  ସହିତ ଆଯୋଜକ ମାନଙ୍କ ମନୋବଳ ମଧ୍ୟ ଆହୁରି ଆହୁରି ବଢି ଚାଲିଛି । ଘେଁସ ଶିତଳ ଷଷ୍ଠୀର ବୁଧବାର ଦ୍ୱିତୀୟ ସଂଧ୍ୟାରେ ପତର ପେଣ୍ଡି ଉତ୍ସବ ମାଧ୍ୟମରେ ବର ଓ କନ୍ୟା ଉଭୟ ପକ୍ଷ ସର୍ଗି ପତ୍ର ଆଦାନ ପ୍ରଦାନ କରି ବିବାହ ସମ୍ମତି ପ୍ରକାଶ କରିଥିଲେ । ଗୁରୁବାର ସଂଧ୍ୟାରେ ବରପକ୍ଷ ତରଫରୁ ମାତପିତା ଘେଁସ ବାସିନ୍ଦା କାମିନୀ ଗିଙ୍ଗିରା ଓ ଡିଲେଶ୍ୱର ଗିଙ୍ଗିରା ନିଜର ବନ୍ଧୁ ବର୍ଗ, ଆମନ୍ତ୍ରୀତ ଅତିଥି ମାନଙ୍କୁ ନେଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ହିମାଦ୍ରି ନଗରକୁ ମାତା ପାର୍ବତୀଙ୍କର ଅଲଙ୍କାର ଧାରଣ ପାଇଁ ପହଂଚିଥିଲେ । ହିମାଦ୍ରି ନଗରରେ ପୁର୍ବରୁ ଅପେକ୍ଷାରତ ଥିବା କନ୍ୟା ପିତାମାତା ଘେଁସ ବାସିନ୍ଧା ମମତା ସାହୁ ଓ ପ୍ରମୋଦ ସାହୁ ନିଜ ବନ୍ଧୁବର୍ଗଙ୍କ ସହ ବରପକ୍ଷଙ୍କୁ ପାଛୋଟି ନେଇ ଅତିଥି ସକ୍ରାର କରି ପଣ୍ଡିତ ଗୌରିଶଙ୍କର ଦେବତାଙ୍କ ପୌରୋହିତ୍ୟରେ ଅଳଙ୍କାର ଧାରଣ ଆରମ୍ଭ କରିଥିଲେ । ବର ପକ୍ଷରୁ କନ୍ୟା ପାଇଁ ସୀତା ହାର, କାନ ଫୁଲ, ନଥ, ସୁନା ଚୁଡି, ପାଉଁଜି ସହିତ ସମ୍ବଲପୁରୀ ପାଟ ପ୍ରଦାନ କରି ବରଯାତ୍ରୀ ପାଇଁ କୈଲାଶ ନଗର ଫେରି ଯାଇଥିଲେ । ରାତ୍ର ୧୧ଟାରେ ସ୍ୱପ୍ନେଶ୍ୱର ବାବା କୈଲାସ ନଗରରୁ ନିଜର ବାହନ ବୃଷଭ ପିଠିରେ ବିରାଜମାନ କରି ଆମନ୍ତ୍ରୀତ ପିଚାଶ ମାନଙ୍କ ସହିତ ଘଂଟ ବାଦ୍ୟ, ଦୁଲଦୁଲି, ବେଣ୍ଡ, ଘୁମୁରା, କଳଙ୍ଗିନାଚ, ଝାଂଜ ପାଟି ଏବଂ କିନ୍ନର ମାନଙ୍କ ନାଚର ତାଳେ ତାଳେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ହିମାଦ୍ରୀ ନଗରୁ ମାତା ପାର୍ବତିଙ୍କ ପିତ୍ରାଳୟ କୈଲାସ ନଗରରେ ପହଂଚିଥିଲେ ।  ମାତା ପାର୍ବତିଙ୍କ ମା ମମତା ସାହୁ ନିଜର ଭାବୀ ଜ୍ୱାଇଁଙ୍କୁ ହିନ୍ଦୁ ବିବାହ ରିତ ଅନୁସାରେ ଗାଳ ସେକି ଆମନ୍ତ୍ରଣ କରି ବେଦୀ ଶାଲକୁ ପାଛୋଟି ନେଇଥିଲେ । ବରଯାତ୍ରୀ ଦଳଙ୍କ ପାଇଁ କନ୍ୟାପକ୍ଷରୁ ସ୍ୱାଦିଷ୍ଟ  ଭୋଜନର ବ୍ୟବସ୍ଥା କରାଯାଇଥିଲା । ଲଗ୍ନ ଅନୁସାରେ ଶୁକ୍ରବାର ଦିନ ବେଳା ମାତା ପାର୍ବତି ଏବଂ ବାବା ସ୍ୱପ୍ନେଶ୍ୱରଙ୍କର ଆଲୌକିକ ବିବାହ ସମ୍ପନ୍ନ ହେବ । ଯାତ୍ରାଟିକୁ ଆକର୍ଷଣିୟ କରିବା ପାଇଁ କମିଟି ତରଫରୁ ସର୍କସ, ମିନାବଜାର, ଅପେରା ଆଦିର ବ୍ୟବସ୍ଥା କରାଯାଇଛି । ପ୍ରଚଣ୍ଡ ଗୁଳଗୁଳି ସତ୍ୱେ ପବଳ ଭିଡ ଜମୁଛି । ଶାନ୍ତି ଶୃଙ୍ଖଳା ପାଇଁ ମେଲଛାମୁଣ୍ଡା ଥାନାଭାରପ୍ରାପ୍ତ ଅଧିକାରୀ ସ୍ୱପ୍ନାରାଣୀ ଗୋଚ୍ଛାୟତଙ୍କ ନେତୃତ୍ୱରେ ପୋଲିସ ଟିମ ସଜାଗ ଅଛି । ଭକ୍ତ ମାନଙ୍କ ପାଇଁ କମିଟି ତରଫରୁ ଅନ୍ନଭୋଗ ର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.