ମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବାଣ : ନିଆଁଲାଗି ଏକବଖରା ଜଳିଗଲା 

0

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ବ୍ଲକ ପାଣ୍ଡେରୀପଡା ପଂଚାୟତର ମଦନପୁର ଗାଁରେ ନିଆଁଲାଗି ବୈକୁଣ୍ଠ ନାୟକଙ୍କ ଏକବଖରା ଗୁହାଳ ଘର ପୋଡିଯାଇଛି । ନୟାଗଡ ବିଧାୟକ ତଥା କୃଷି ମତ୍ସ୍ୟ  ପଶୁପାଳନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଜନ ସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କାର୍ଯ୍ୟକ୍ରମରେ ଆଜି ଓଡଗାଁ ବ୍ଲକ ଅଂଚଳର ବିଭିନ୍ନ ପଂଚାୟତ  ଗସ୍ତ କରୁଥିବା ବେଳେ ତାଙ୍କର ସ୍ୱାଗତ କରିବା ପାଇଁ ମଦନ ପୁର ଗାଁରେ କିଛି ଯୁବ ସମର୍ଥକ ବାଣ ମାରିଥିଲେ । ଉକ୍ତ ବାଣରୁ କିଛି ବାରୁଦଅଂଶ ଚାଳରେ ଛିଟିକି ପଡିବାରୁ ଗୁହାଳଘରଟି ପୋଡି ଯାଇଥିଲା । ଓଡଗାଁ ଦମକଳ ବାହିନୀ ଘଟଣା ସ୍ଥାଳରେ ପହଁଚି ଅଗ୍ନି କାଣ୍ଡକୁ ଆୟତ୍ତ  କରିଥିଲା ।ଏଠାରେ ପ୍ରକାଶ ଯୋଗ୍ୟ ଯେ ମନ୍ତ୍ରୀଙ୍କ ଏହି ଗସ୍ତ ବେଳେ ବହୁ ପୂର୍ବରୁ ଖୋଦ ମନ୍ତ୍ରୀ ଡ଼ ସାହୁ ସୋସିଆଲ ମିଡିଆରେ ଓ କର୍ମୀଙ୍କ ମାଧ୍ୟମରେ ବାଣ ବାଜା ଫୁଲତୋଡା ନିଷେଧ କରିଥିଲେ ।   

Leave A Reply

Your email address will not be published.