ସମସ୍ୟାକୁ ନେଇ ଚାଷୀ ଅସନ୍ତୁଷ୍ଟ : ଅସଙ୍ଗତି ହଟାଇବା ପାଇଁ  ଚାଷୀଙ୍କ ଗଣଧାରଣା

0

ଜାମସେଠ/(ରାଜେନ୍ଦ୍ର କୁମାର ପ୍ରଧାନ):-ଆଞ୍ଚଲିକ କୃଷକ ମହାସଂଘ ମାଣ୍ଡୋସିଲ ତରଫରୁ ଜାମସେଠ ସେବା ସମବାୟ ସମିତି ଠାରେ ୩ଦଫା ଦାବୀ ନେଇ ଗତ କାଲି ଠାରୁ ୧୦ଟି ପଞ୍ଚାୟତ ଯଥା ମାଣ୍ଡୋସିଲ, ଜାମସେଠ, ବରତୁଣ୍ଡା, ଛିନ୍ଦେଇକେଲା, ଝାରବନ୍ଧ, କାଂସଡା, ଝିଟିକି, ଛେତଗାଁ, ଭୁବନେଶ୍ବରପୁର, ମିଠାପାଲି ର ଶହଶହ ଚାଷୀ ଗଣଧାରଣା ରେ ବସିଛନ୍ତି। ଚାଷୀ ମାନଙ୍କ ଦାବୀ ଗୁଡିକ ହେଲା। ଅରଜିନାଲ ଜମିପଟା ବଦଲରେ ନେଟ କପି ଦ୍ୱାରା କୃଷି ଋଣ ପ୍ରଦାନ। ଏକ ଲକ୍ଷରୁ ଅଧିକ ଋଣ ପାଇଁ ସିଡ଼ୁଲ ସି ଫର୍ମ ପାଇଁ ଚାଷି ଙ୍କୁ ତହସିଲ ଅଫିସ ପଠାଇ ହଇରାଣ ନ କରି ସମବାୟ ସଂସ୍ଥା ନିଜେ ଦାୟିତ୍ବ ନେଇ କାମ କରିବାକୁ ଦାବୀ ହେଉଛି।ସେବା ସମବାୟ ସମିତି ଦ୍ୱରା ଜାରି ସ୍ୱ କୀୟ ଘୋଷଣାନାମା ଯାହାକି ଚାଷୀ ମାନଙ୍କ ମଧ୍ୟରେ ରେ ଉତ୍ତେଜନା ପ୍ରକାଶ ପାଉଛି।

ପ୍ରଥମ ଦିନ ରେ କୃଷକ ସଂଗଠନ ସହିତ ସମବାୟ ଉପ ନିବନ୍ଧକ ପଦ୍ମପୁର ଶ୍ରୀ ଭିକାରୀ ସେଠ, ଜାମସେଠ ସେବା ସମବାୟ ସଂପାଦକ ଶ୍ରୀ ଦାମୋଦର ରଣା, ସଭାପତି ବେଣୁଧର ବେହେରା ପାଇକମାଲ ଥାନାରୁ ନିଯୁକ୍ତ ଦୁଇଜଣ କର୍ମଚାରୀ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ୧ମ ଓ ୨ୟ ଦାବୀ ସମବାୟ ବିଭାଗ ପକ୍ଷରୁ ସହମତି ପ୍ରକାଶ କରିଥିଲେ।୩ୟ ଦାବୀ ଯାହାକି ଜମିର କିସମ ଆଟ ଅଟେ ସେ ଜମି ରେ ଋଣ ଦିଆଯିବ ବୀମା ନିଆଯିବ ହେଲେ ବୀମା ମିଲିଲା ବେଲେ ଯଦି କମ୍ପାନି ଆଟ କିସମ ରେ ନ ଦିଏ ତେବେ କେହି ଦାୟୀ ରହିବେ ନାହିଁ ନିଜେ ଚାଷୀ ଦାୟୀ ରହିବେ।ଏଥିପାଇଁ ସେବା ସମବାୟ ଗୁଡିକରେ ସ୍ୱ କୀୟ ଘୋଷଣାନାମା ନାମରେ ଗୋଟିଏ ଫର୍ମରେ ଚାଷୀ ଦସ୍ତଖତ କରିବାକୁ ପଡୁଛି। ଯାହାକି ପାଇକମାଲ ପଦ୍ମପୁର ଓ ଝାରବନ୍ଧ  ବ୍ଲକ ର ସମସ୍ତ ସୋସାଇଟି ରେ ଏହିପରି କରାଯାଉ ଥିବାର ଖବର ମିଲୁଛି।

ଚାଷୀ ମାନଙ୍କ କହିବା ହେଲା ଦୀର୍ଘ ୪୦ ବର୍ଷ ଆଗରୁ ଯେଉଁ ଜମିର କିସମ ଆଟ ସାଧାରଣ ଥିଲା ତାହା ଏବେ ମଧ୍ୟ କିସମ ବଦଲି ନାହିଁ ହେଲେ ଜମି ଆଟ ହୋଇ ରହିନାହିଁ ବାହାଲ ମାଲ ତିଆରି ହୋଇ ଗଲାଣି ଯେଉଁ ଜମିରେ ଏବେ ଧାନ ଚାଷ ହେଉଛି। କିନ୍ତୁ ଏବେ ଚାଷୀ ର ଚିନ୍ତା ବଢ଼ି ଯାଇଛି ଋଣ ନେଇ ଧାନ ଚାଷ କରିବ ଯଦି ଦୈବି ଦୁବି’ପାକ ରେ ରୋଗ ପୋକ ରେ ବା ବଷା’ଅଭାବ ରୁ କ୍ଷତି ହୁଏ।ସେ ବୀମା ପାଇବ ନାହିଁ।ଏପରି ଚିନ୍ତାରେ ପଡିଛି ଚାଷୀ।

ଏପରି ଦାବୀ ନେଇ ଗଣଧାରଣା ରେ ବସିଥିବା ଆଞ୍ଚଲିକ କୃଷକ ମହାସଂଘ ମାଣ୍ଡୋସିଲର ଚାଷୀମାନଙ୍କ ଦାବୀପୂରଣ ନ ହେଲେ ଆଗାମି ଦିନରେ ଆନ୍ଦୋଳନ କୁ ବ୍ୟାପକ କରାଯିବାକୁ କୃଷକ ନେତା ଗିରିଶ କୁମାର ଦଣ୍ଡସେନା,ରାଜେନ୍ଦ୍ର କୁମାର ପ୍ରଧାନ,ବିଶ୍ବନାଥ ବାଗ,ନରସିଂହ ବନଛୋର ଜଣାଇଛନ୍ତି।

 

 

Leave A Reply

Your email address will not be published.