ଗଞ୍ଜେଇ ଜବତ : ୩ଜଣ ଗିରଫ

0

 ପଦ୍ମପୁର/ଶାସକ ପ୍ରଶାସକ- ପଦ୍ମପୁର ଉପଖଣ୍ଡ ଜମଲା ଅଂଚଳରୁ ଚୋରା ଚାଲାଣ ସମୟରେ ଗଞ୍ଜେଇ ଜବତ କଲା ପଦ୍ମପୁର ପୋଲିସ । କୌଣସି ଏକ ସୁତ୍ରରୁ ଗଞ୍ଜେଇ ଚାଲାଣ କରା ଯାଉଥିବାର ସୁଚନା ପଇ ପଦ୍ମପୁର ପୋଲିସ ଜମଲା ଗ୍ରାମ ନିକଟସ୍ଥ ଅଙ୍ଗ ନଦୀ ପୋଲ ଉପରେ ଜାଲ ବିଛାଇ ଏକ ମାରୁତି ଇକୋ କାର ଓଡି-୦୩-ଡି-୨୧୯୧, ଏବଂ ୨ଟି ମୋଟରସାଇକେଲ ସହ ପ୍ରୟ ୩୬ କିଲୋ ଗଞ୍ଜେଇ ଜବତ କରିଥିଲା  । ଏହା ସହ ସୁରେଶ ସେଠି, ପ୍ରେମଲାଲ ସାହୁ, ଓ ନିଧେଶ୍ୱର ମେହେର ନାମକ ୩ଜଣଙ୍କୁ ଗିରଫ କରିଥିବାର ତଥା ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି  ଏକ ସାମ୍ବାଦିକ ସମ୍ମିଳନରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ଏବଂ ପଦ୍ମପୁର ଆଇ.ଆଇ,ସି. ସଦାନନ୍ଦ ପୂଝାରୀ ସୁଚନା ଦେଇଛନ୍ତ । ପୋଲିସ ପକ୍ଷରୁ ହୋଇଥିବା ଏହି ରେଡରେ ପୋଲିସ ଏସଆଇ ପି. ଓଝା, ପି. ଡୁଙ୍ଗଡୁଙ୍ଗ, ଏଏସଆଇ  ଏଲଡି ପାଇକରାୟ,ପବିତ୍ର ମୋହନ ବେହେରା,କନଷ୍ଟେବଲ ଏମଏଲ ନାୟକ,କେଏସ ପାଣ୍ଡେ, ହୋମଗାର୍ଡ ଡି ଚୌହାନ ପ୍ରମୁଖ ସାମିଲ ହୋଇଥିଲେ  ।  

Leave A Reply

Your email address will not be published.