ଧଉରାମୁଣ୍ଡାରେ ଷୋହଳ ପ୍ରହରି ବିଶ୍ୱଶାନ୍ତି ହରି ଯଜ୍ଞ

0

ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଧଉରାମୁଣ୍ଡା ଜଗନ୍ନାଥ ମନ୍ଦିର ପରିସରରେ ଷୋହଲ ପ୍ରହରି ବିଶ୍ୱଶାନ୍ତ ହରି ଯଜ୍ଞ ଅନୁଷ୍ଠିତ  ହୋଇଯାଇଛି । ସୋମବାର ସକାଳେ ପଣ୍ଡିତ ବିଜୟ କୁମାର ହୋତା ଓ ଖୁସିରାମ ତ୍ରିପାଠିଙ୍କ ମନ୍ତେ୍ରାଚାରଣ ଏବଂ ଶଙ୍ଖ, ଘଂଟ, ମୃଦଙ୍ଗ, ହରିବୋଲ, ହୁଲହୁଲିର ତାଳେ ତାଳେ ବଡବନ୍ଧରୁ ୧୦୮ପୁର୍ଣ୍ଣ କଳସ ଏକ ବର୍ଣ୍ଣଢ୍ୟ ଶୋଭାଯାତ୍ରାରେ ଆଣି ମନ୍ଦିର ସ୍ଥିତ ପୂଜା ମଣ୍ଡପରେ ସ୍ଥାପନ କଲାପରେ ଯଜ୍ଞ ଆରମ୍ଭ ସହ ମହାମନ୍ତ୍ର “ହରେକୃଷ୍ଣ ହରେ ରାମ” ଉଚ୍ଚାରଣ ଆରମ୍ଭ ହୋଇଥିଲା । ପୂଜା କର୍ତା ଭାବେ ସ୍ଥାନୀୟ ବାସିନ୍ଦା ସୁଶିଲ ସାହୁ ଓ ପତ୍ନୀ ସବିତା ସାହୁ କର୍ତା ଦାୟୀତ୍ୱ ତୁଲାଇଥିଲେ । ମହାମନ୍ତ୍ର ଦିବାରାତ୍ରୀ ହୋହଲ ପ୍ରହର ପର୍ଯ୍ୟନ୍ତ ଉଚ୍ଚାରଣ ପାଇଁ ବ୍ରହ୍ମଚାରୀ, ଘୁଚାପାଲି, ବାଂଜିପାଲି, ଜନ୍ଦ୍ରାମୁଣ୍ଡା, ନୂଆଁପାଲି, ଇଚ୍ଚାପାଲି ଓ ଧଉରାମୁଣ୍ଡା  ସଂର୍କିତନ୍ୟ ମଣ୍ଡଳିର କର୍ମ କର୍ତା ମାନେ ଯୋଗ ଦେଇଥିଲେ । ବୁଧବାର ସଂଧ୍ୟାରେ ପୂଣ୍ଣହୁତି ସହ ଦଧିଭାଣ୍ଡର ଆୟୋଜନ କରାଯାଇଥିଲା । ଭକ୍ତ ମାନଙ୍କ ପାଇଁ ଅନ୍ନଛତ୍ରର ଖୋଲାଯାଇଥିଲା । ଯଜ୍ଞରେ ହଜାର ସଂଖ୍ୟାରେ ଭକ୍ତ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ସବୁକୁ ଗୌନ୍ତିଆ ଗୁଣମଣି ସାହୁ ପରିଚାଲନା କରିଥିବା ବେଳେ ସିବୁ ସାହୁ, ବାବୁଲୁ ସାହୁ ରଂଜନ ସାହୁ, ବିରେନ ସାହୁ, ସତ୍ୟ ଗଡତିଆ, ଜୟରାମ ସାହୁ, ମଂଟୁ ସାହୁ, ଦୁଯ୍ୟୋ ସାହୁ, ଛବିଲ ସାହୁ, ଗଣେଶ ସାହୁ, ବିହାରୀ ସାହୁ, ବିପ୍ର ସାହୁ ଓ ହରି ସାହୁ ପ୍ରମୁଖ କର୍ମ କର୍ତା ସହଯୋଗ କରିଥିଲେ । 

Leave A Reply

Your email address will not be published.