ହତ୍ୟାର ପ୍ରତିଶୋଧ ନେବା ପାଇଁ ଆକ୍ରମଣ 

0

ବୌଦ୍ଧ(ଶାସକ ପ୍ରଶାସକ)ବୋୖଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଖମାର ଗାଁରେ ଘଟିଯାଇଛି ବିଭତ୍ସ ଦୃଶ୍ୟ । ପୂର୍ବ ଶତ୍ରୁତା କେନ୍ଦ୍ର କରି ଗାଁର ସୁରେନ୍ଦ୍ର ଖେତି ନାମକ ଜଣେ ବ୍ୟକ୍ତିଙ୍କୁ ସଙ୍ଘବନ୍ଧ ଆକ୍ରମଣ କରିଛନ୍ତି ସେଇ ଗାଁର 6ଜଣ । ସେମାନେ ସୁରନ୍ଦ୍ରଙ୍କ ଦୁଇ ହାତ ସହ ଦୁଇ ଗୋଡ଼ର ଆଙ୍ଗୁଠି କାଟି ଦେଇଛନ୍ତି। ସୂଚନା ଅନୁଯାୟୀ ଗତ କିଛି ଦିନ ପୂର୍ବେ ସୁରେନ୍ଦ୍ର ଗାଁର ଲକ୍ଷଣ ଖମାରିଙ୍କୁ ହତ୍ୟା କରି ଜେଲ ଯାଇଥିଲା ଓ ଜେଲରୁ ମୁକୁଳି ଗାଁରେ ରହୁଥିଲା। ହତ୍ୟାର ପ୍ରତିଶୋଧ ନେବା ପାଇଁ ଲକ୍ଷଣର ଚାରି ପୁଅ ଅଶୋକ ଖମାରି, ଜୟକୃଷ୍ଣ, ଆନନ୍ଦିତ, ଋସୁଭ, ଉତ୍ସବ ସମେତ ମୋଟ 6ଜଣ ଏଇ କାଣ୍ଡ କରିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ସୁରେନ୍ଦ୍ରଙ୍କୁ ସୋନେପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।କଣ୍ଟାମାଲ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.