ବେଲଗୁଣ୍ଠା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଏଭିବିପିର ବାଜିମାତ

10

ସଭାପତି, ଉପସଭାପତି ଓ ଡ୍ରାମାଟିକ୍ ସମ୍ପାଦକ ନିର୍ଦ୍ୱନ୍ଦ୍ୱରେ ବିଜୟୀ

ବେଲଗୁଣ୍ଠା, ୧୫/୧୦-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏଭିବିପି) ବାଜିମାତ କରିଛି। ନିର୍ବାଚନରେ ସଭାପତି, ଉପସଭାପତି ଓ ଡ୍ରାମାଟିକ୍ ସମ୍ପାଦକ ପଦବିରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିବାବେଳେ ଅନ୍ୟ ପଦବିଗୁଡ଼ିକର ଫଳାଫଳ ମଧ୍ୟ ଘୋଷଣା କରାଯାଇଛି।ଗୁରୁବାର ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ଭୋଟ ଗଣତି ପରେ ସନ୍ଧ୍ୟା ୫ଟାରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା।ସଭାପତି ଭାବେ ରାକେଶ ବରାଡ, ଉପସଭାପତି ଭାବେ ରାକେଶ ସ୍ୱାଇଁ, ସାଧାରଣ ସମ୍ପାଦକ ଭାବେ ସିନୁ ପାତ୍ର, ଯୁଗ୍ମ ସମ୍ପାଦକ ଭାବେ ଝୁମୁରୀ ବିଷୋୟୀ, ଡ୍ରାମାଟିକ୍ ସମ୍ପାଦକ ଭାବେ ଗୀତାଞ୍ଜଳି ପଟ୍ଟନାୟକ ଏବଂ କ୍ରୀଡ଼ା ସମ୍ପାଦକ ଭାବେ ସୋନୁ ବାରିକ ନିର୍ବାଚିତ ହୋଇଛନ୍ତି।
ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ମାଜିଷ୍ଟ୍ରେଟ୍ ଦାୟିତ୍ୱ ତୁଲାଇଥିବାବେଳେ ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ଶେଷ ହୋଇଥିବା ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ନବନିର୍ବାଚିତ ସମସ୍ତ ପ୍ରାର୍ଥୀଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।

Leave A Reply

Your email address will not be published.