ରାକେଶ-ସଭାପତି, ରୋଜାଲିନ ସାମଲ-ଉପ ସଭାପତି(ଅ.ପ୍ର), ଇପ୍ସିତା ସୀଠ- ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ
ଓଡ଼ଗାଁ,୧୫।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ୨୦୨୬ ଗୁରୁବାର ଅନୁଷ୍ଠିତ ହୋଇଯାଇଥିବା ବେଳେ ଅପରାହ୍ନ ୨ଟାରେ ଭୋଟଗ୍ରହଣ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିଲା। ଏବଂ ଅପରାହ୍ନ ପ୍ରାୟ ୩ଟାରେ ଭୋଟ ଗଣତି ଆରମ୍ଭ ହୋଇ ୭ଟାରେ କଲେଜ ତରଫରୁ ବୈଧାନିକ ଭାବେ ଫଳାଫଳ ଘୋଷଣା କରାଯାଇଥିଲା । ଉଭୟ ଦଳ ମଧ୍ୟରେ ଗଣତି ଫଳାଫଳକୁ ନେଇ ଉତ୍ସୁକତା ଲାଗି ରହିଥିଲା ବେଳେ ଫଳାଫଳ ଏବିଭିପି ସପକ୍ଷରେ ଯାଇଥିଲା । ଏବିଭିପି ସମର୍ଥିତ ପ୍ରାର୍ଥୀ ରାକେଶ-ସଭାପତି, ରୋଜାଲିନ ସାମଲ-ଉପ ସଭାପତି(ଅ.ପ୍ର), ଇପ୍ସିତା ସୀଠ- ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ସୋମନାଥ ସାହୁ,ସହ- ସମ୍ପାଦକ(ଅ.ପ୍ର), ରାଜେଶ କୁମାର ସେଠୀ-କ୍ରିଡ଼ା ସମ୍ପାଦକ(ଅ.ପ୍ର), ସୁବର୍ଣ୍ଣା ସ୍ବେତପଦ୍ମା ଦାସ-ନାଟ୍ୟ ସମ୍ପାଦକ, ଶୁଭମ୍ ଡାକୁଆ,ସହ-ନାଟ୍ୟ ସମ୍ପାଦକ(ଅ.ପ୍ର), ଆଶୁତୋଷ ମହାପାତ୍ର- ସାଇନ୍ସ ସୋସାଇଟି ସମ୍ପାଦକ, ବିଷ୍ଣୁ ପ୍ରିୟା ପ୍ରଧାନ-ସାଇନ୍ସ ସୋସାଇଟି ସହ-ସମ୍ପାଦକ(ଅ.ପ୍ର), ଶୁଭମ୍ ସ୍ବାଇଁ- ଡି. ଏସ୍.ଏ. ସମ୍ପାଦକ(ଅ.ପ୍ର), ସୂର୍ଯ୍ୟମଣି ନାହାକ- ଡି. ଏସ୍.ଏ. ସହ-ସମ୍ପାଦକ(ଅ.ପ୍ର), ଗଙ୍ଗା ନାୟକ- ବୟେଜ୍ କମନରୁମ୍ ସମ୍ପାଦକ, ଅଙ୍କୀତା ପ୍ରଧାନ-ଗାଲ୍ସକମନରୁମ୍ ସମ୍ପାଦକ ରୁପେ ନିର୍ବାଚିତ ହୋଇଥିଲେ। ସର୍ବମୋଟ ୮୮୨ ଜଣ ଭୋଟରଙ୍କ ମଧ୍ୟରୁ ୨୬୨ ଜଣ ଛାତ୍ର ଏବଂ ୪୩୦ ଜଣ ଛାତ୍ରୀ ଏହିପରି ମୋଟ୍ ୬୯୨ ଅର୍ଥାତ୍ ୭୮.୫ ପ୍ରତିଶତ ଭୋଟ ଦେଇଥିବା ଜଣାପଡିଛି । ସେହିପରି ଶରଣକୁଳ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ସ୍ବରୁପ ଏବିଭିପି ସମର୍ଥିତ ପ୍ରାର୍ଥୀ ସମ୍ୱିତ କୁମାର ସାହୁ-ସଭାପତି, ବବୁଲ ନାହାକ- ଉପସଭାପତି ଓ ତୁଳସୀ ପ୍ରଧାନ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ଏଥିସହିତ ଓଡ଼ଗାଁ ବ୍ଳକ କୁରାଳ ଦଧିବାମନ ଜିଉ ସଂସ୍କୃତ ମହାବିଦ୍ୟାଳୟରେ ମନସ୍ବିନୀ ପୣଷ୍ଟି -ସଭାପତି, ରଞ୍ଜିତା ମହାନ୍ତି -ଉପସଭାପତି, ସାଇନୀ ପଲେଇ-ସମ୍ପାଦକ, ରୁପାଲି ସାହୁ,ସହ-ସମ୍ପାଦକ, ତୣପ୍ତିମୟୀ ସାହୁ-ସାଂସ୍କୃତିକ ସମ୍ପାଦକ, ଅଲେଖ ପ୍ରଧାନ -କ୍ରୀଡା ସମ୍ପାଦକ ଭାବରେ ଚୟନ ହୋଇଥିବା ସୂଚନା ମିଳିଛି।