ସେବା ସଂକଳ୍ପ ଅଭିଯାନ ୨୦୨୬ ଅନୁଷ୍ଠିତ

49

ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ)ତା ୧୫/୧୦/୨୬ ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ସେବା ସଂକଳ୍ପ ଅଭିଯାନ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ବୀଣା ମାଝୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷା ସଦାନନ୍ଦ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ ଓ ଧନ ସିଂ ଭତରା, କଂଗ୍ରେସ ବ୍ଲକ ସଭାପତି ଜି ସାଇ ରାଜୁ,ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ, ବିଜେପି ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତରା, ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ଜିଲ୍ଲା ସମବାୟ ସମିତି ସମୂହ ଉପ ନିବନ୍ଧକ ଶରତ ଚନ୍ଦ୍ର ପାଣିଗ୍ରାହୀ, ସିଡିପିଓ ମିନତି ଦାଶ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧୭ ତାରିଖରୁ ମାସେ ବ୍ୟାପି ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ୨୫ ବର୍ଷ ନିରନ୍ତର ଜନସେବା କୁ ସ୍ମରଣୀୟ କରିବା ପାଇଁ ସେବା ସେତୁ ଅଭିଯାନ ମାଧ୍ୟମରେ ସେବା ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ଜନ କଲ୍ୟାଣ ମୂଳକ କାର୍ଯ୍ୟ,ସ୍ୱଚ୍ଛତା ଓ ବୃକ୍ଷ ରୋପଣ, ରକ୍ତଦାନ, ଓ ସ୍ଵସ୍ତ୍ୟସିବିର ଆୟୋଜନ କରାଯାଇ ଛାତ୍ରଛାତ୍ରୀଙ୍କୁ ବହୁଳ ମାତ୍ରା ରେ ଯୋଡ଼ିବା ଉଦ୍ଦେଶ୍ୟ ରହିଛି। ସମାଜ ର ପ୍ରତ୍ୟେକ ବର୍ଗ ଓ ବ୍ୟେକ୍ତି ଙ୍କୁ ଜନସେବା ସହ ଯୋଡ଼ି ସେବା, ସମର୍ପଣ ଓ ରାଷ୍ଟ୍ର ନିର୍ମାଣ ଗଠନ ରେ ସହଭାଗିତା କରିବା ଏହି ସେବା ସଂକଳ୍ପ ଅଭିଯାନ ର ମୂଳ ଉଦ୍ଦେଶ୍ୟ ରହିଛି। ଏହି ଅବସରରେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ୨୦ ହଜାର ଟଙ୍କା ପ୍ରଦାନ,୧୦ ଜଣଙ୍କୁ ଜମି ପଟ୍ଟା ପ୍ରଦାନ, ନିର୍ମାଣ ଶ୍ରମିକଙ୍କୁ ଶ୍ରମ କାର୍ଡ ପ୍ରଦାନ କରାଯାଇଥିଲା। ରଙ୍ଗୋଲି ମାଧ୍ୟମରେ ଝୁଟି ପ୍ରତିଯୋଗିତା ହୋଇଥିଲା । ଏଥିରେ ଡଙ୍ଗରିଗୁଡ଼ା ପଞ୍ଚାୟତ ପ୍ରଥମ, ଅଞ୍ଚଳା ଦ୍ୱିତୀୟ ଓ ଡାବୁଗାଁ ପଞ୍ଚାୟତ ତୃତୀୟ ସ୍ଥାନ ହାସଲ କରିଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଜିପିଡିଓ ପଦ୍ମନାଭ ଭାଲ୍ଲା, ଡବ୍ଲୁଇଓ ଆଦିତ୍ୟ ନାରାୟଣ ରଥ , ପେଶା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ।ଶିକ୍ଷା, ସ୍ବାସ୍ଥ୍ୟ, ଶ୍ରମ ଓ ଶିଶୁ ଓ ମହିଳା ପ୍ରକଳ୍ପ ବିଭାଗ ତରଫରୁ ଷ୍ଟଲ ପ୍ରଦର୍ଶନ ହୋଇଥିଲା।

Leave A Reply

Your email address will not be published.