ବଡ଼ବିଲ : ଅଜଣା ଗାଡି ଧକ୍କାରେ ଦୁଇ ମୃତ

0

ବଡ଼ବିଲ(ଚିତ୍ତ ରଞ୍ଜନ କର): ବଡ଼ବିଲ ଯୋଡ଼ା ଖଣି ଅଞ୍ଚଳରେ ଦୈନିକ ଦୁର୍ଘଟଣା ଚିନ୍ତାର ବିଷୟ ପାଲଟିଛି। ଗତକାଲି ମଧ୍ୟରାତ୍ରୀରେ ଏକ ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଅରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ସୁନ୍ଦରଗଡ଼ କେ.ବଲାଙ୍ଗ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ଓଆର୦୯ ୮୬୧୧ ନଂ ବିଶିଷ୍ଟ ଏକ ବାଇକରେ ଯୋଡ଼ାରୁ କୋଇଡା ଅଭିମୁଖେ ଯିବା ସମୟରେ ଟଂଟୋ ନିକଟରେ କୌଣସି ଏକ ଗାଡି ସହ ଧକ୍କା ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ବଡ଼ବିଲ ଥାନାଧିକାରୀ ସୁଶାନ୍ତ ଦାସ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ହେଁ ଦୁହେଁ ମୃତ୍ୟୁ ବରଣ କରିଥିବା ଡାକ୍ତର ସୂଚନା ଦେଇଥିଲେ। ମୃତକ ଦୁଇ ଜଣଙ୍କ ପରିଚୟ ଜଣା ପଡ଼ିନାହିଁ। ଦୁର୍ଘଟଣା କୌଣସି ଏକ ଟ୍ରକ ଦ୍ୱାରା ହୋଇଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.