ଭୋଟ ଗଣତି ପାଇଁ ତାଲିମ ପ୍ରସ୍ତୁତି କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମୋହନା ଏବଂ ପାରଳାଖେମୁଣ୍ଡି ରହିଛି । ଜିଲ୍ଲାରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଗତ ଏପ୍ରିଲ ମାସ ୧୧ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ଏହି ମତଦାନ ବେଳେ ଦୁଇଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀର ମୋଟ ୫୭୩ଟି ଇଭିଏମ ଭୋଟ ବµ ଷ୍ଟଙ୍ଗରୁମରେ ବନ୍ଦ ହୋଇଥିବା ବେଳଏ ସେ ସବୁ ଆଶଂକା ୨୩ ତାରିଖ ଦିନ ସକାଳ ୮ଘଣ୍ଟା ସମୟରେ ଭୋଟ ଗଣତି ପାଇଁ ଖୋଲାଯିବ । ଏହି ଭୋଟ ଗଣତି କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା  ଦୁଇଗୋଟି ବଡ କଠୋରୀରେ ଅନୁଷ୍ଠିତ ହେବ । 

ଏହି ଭୋଟ ଗଣତି କାର୍ଯ୍ୟକ୍ରମ ଅବାଦ ନିରପେକ୍ଷ  ଓ ସ୍ୱଚ୍ଚତା ଭାବେ ସମ୍ପାଦନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଭାବେ ପ୍ରସ୍ତୁତି ଗ୍ରହଣ କରାଯାଇଛି ।

ଜିଲ୍ଲାପାଳ ଅନୁପମ ସାହାଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ରାଜ୍ୟ ସ୍ତରରେ ତାଲିମ ପାଇ ଆସିଥିବା ଅଧିକାରୀ ମାନଙ୍କ ଦ୍ୱାରା ଦୁଇଦିନ ଧରି ଦୁଇଟିସ୍ଥାନରେ ୪ଟି ଦଳ କରାଯାଇ ୧୯୨ଜଣଙ୍କୁ କଣ୍ଟ୍ରୋଲ ୟୁନିଟ, ଭିଭିପାର୍ଟ ପୋଷ୍ଟେଲ ବିଲୋରେ କିଭଳି ଗଣତି କରାଯିବ ସେ ସମ୍ପର୍କରେ ତାଲିମ ଦିଆଯାଇଛି । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ, ମାଇକ୍ରୋଅବଜର୍ଭର ଏବଂ ଗଣତି ପ୍ରକ୍ରିୟାରେ ନିୟୋଜିତ ମାନଙ୍କୁ ତାଲିମ ଦିଆଯାଇଛି । ତାଲିମ ବେଳେ ତାଲିମାର୍ଥୀ ମାନଙ୍କୁ  ଥିୟୋରୀ ଏବଂ ପ୍ରାକ୍‍ଟିକାଲ ଉପରେ ବିସ୍ତୁତ ତାଲିମ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.