ଗ୍ରୀଷ୍ମ କବଳରୁ ବର୍ତ୍ତି ପାରୁନାହାନ୍ତି ବନ୍ୟ ପ୍ରାଣୀ, ସଜ୍ଞାହୀନ ଅବସ୍ଥାରେ ପେଚା ଉଦ୍ଧାର ।

0

ପଦ୍ମପୁର(ଶାସକପ୍ରଶାସକ)-ବର୍ତ୍ତମାନ ସମଗ୍ର ଓଡିଶାରେ ଗ୍ରୀଷ୍ମ ଲହରୀ ବୄଦ୍ଧି ପାଇଛି ।ଏହାର ପ୍ରକୋପରେ ସାରା ପଶ୍ଚିମ ଓଡ଼ିଶାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ।ଏଥିପାଇଁ ଓଡ଼ିଶା ସରକାର ପକ୍ଷରୁ ଜନସାଧାରଣଙ୍କୁ ସଜାଗ ରହିବାକୁ ଅନୁରୋଧ କରାଯାଇଛି ।ମୁଣ୍ଡଫଟା ଖରାରେ ବାହାରକୁ ବାହାରିବା କଷ୍ଟ ହେଉଥିବା ବେଲେ ଅନେକ ବନ୍ୟପ୍ରାଣୀ, ପକ୍ଷୀ ଏହି ଗ୍ରୀଷ୍ମ ତାପର ଶୀକାର ହେଉଛନ୍ତି ।ଏହି କ୍ରମରେ ପଦ୍ମପୁର ସହରର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବନ୍ୟ ପକ୍ଷୀ(ପେଚା) ସଜ୍ଞାହିନ ଅବସ୍ଥାରେ ପଡିଥିବାର ଦେଖି ପ୍ରକୃତି ପ୍ରେମୀ ତଥା ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ଅଫିସ ସହକାରୀ ଶ୍ରୀଯୁକ୍ତ ଦୀପକ କୁମାର ତିୱାରୀ ତାକୁ ଉଦ୍ଧାର କରି ପାଣି ସିଞ୍ଚନ କରିଥିଲେ ଏବଂ ବନ ବିଭାଗ ସହ ଯୋଗାଯୋଗ କରି ଉପଚାର କରିବା ପାଇଁ ହସ୍ତାନ୍ତର କରିଥିଲେ ।ଏହା ସହ ଜୀବଜନ୍ତୁଙ୍କୁ ସୁରକ୍ଷା ତଥା ଗ୍ରୀଷ୍ମ ଦାଉରୁ ଉଦ୍ଧାର କରିବା ପାଇଁ ପାନୀୟ ଜଳର ବ୍ୟବସ୍ଥା ସକାଶେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.