ଏକ ଦିବସୀୟ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ 

0

ଗାଇସିଲେଟ/ କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତସ୍ଥ ଖୁଣ୍ଟପାଲି  ଗ୍ରାମରେ ଏକ ଦିବସୀୟ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସୋନପୁର ଜିଲ୍ଲାର ପଶ୍ଚିମ ଓଡିଶାର ସୁନାମଧନ୍ଯ ଗାୟିକା ସୁଶ୍ରୀ ବନ୍ଦିତା ନାୟକ ଭଜନ ଓ ରାମାୟଣ ପରିବେଷଣ କରିଥିଲେ।ଗ୍ରାମର ମହିଲା ଭକ୍ତ ମାନଙ୍କ ଦ୍ଵାରା ଆୟୋଜିତ ଏବଂ ଗ୍ରାମବାସୀ ମାନଙ୍କ  ସହାୟତାରେ  ଏହି ଏକଦିବସିୟ ସୁନ୍ଦରାକାଣ୍ଡ ପାରାୟଣ କାର୍ଯ୍ୟକ୍ରମ ଗ୍ରାମ ମଝିରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ଗାୟିକାଙ୍କ ସୁମଧୁର କଣ୍ଠରୁ ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଜୀବନୀକୁ ଶ୍ରବଣକରି ମନକୁ ପବିତ୍ର ତଥା ଭଗବାନଙ୍କ ପାଦାର୍ବିନ୍ଦରେ ନିଜର ସମର୍ପଣ କରି ମନର ପାପ କ୍ଷୟ ପାଇଁ ଗାଇସିଲେଟ ବ୍ଲକ ତଥା ପଦ୍ମପୁର ଉପଖଣ୍ଡର ବିଭିନ୍ନ ଗ୍ରାମରୁ ଅଗଣିତ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଭକ୍ତ ଯୋଗଦାନ କରି ରାମ ରସାମୃତକୁ କର୍ଣ୍ଣ ଯୁଗଳରେ ଶ୍ରବଣ ନିମିତ୍ତ ପାନକରିବା ସହ ଶେଷରେ ପ୍ରସାଦ ସେବନ କରିଥିଲେ।

 

Leave A Reply

Your email address will not be published.