ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରିଲିଫ୍ ବଣ୍ଟନ

12

ବ୍ରହ୍ମପୁର: ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ରଙ୍କ ତତ୍ତ୍ୱାବଧାନରେ ୨୫ ଜଣିଆ ସଦସ୍ୟ/ସଦସ୍ୟା ଙ୍କ ଏକ ପ୍ରତିନିଧି ଦଳ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ ପାଇଁ ଗତ ରବିବାର ଦିନ ଧରାକୋଟ ବ୍ଲକ୍ ବରଡ଼ାବାଲି ଗ୍ରାମ ଠାରେ ସକାଳ ୧୦ ଘଣ୍ଟା ସମୟରେ ଏକ ମିନି ଟ୍ରକ ଭରି ଶୁଖିଲା ଖାଦ୍ୟ ଚୁଡ଼ା, ଗୁଡ଼, ବ୍ରେଡ, ବିସ୍କୁଟ, ଛତୁଆ, ଅମୁଲ ପାଉଡର, ଚୋକଲେଟ, ପୁରୁଣା ବସ୍ତ୍ର ନେଇ ପହଞ୍ଚିଥିଲେ। ଏହାପରେ ଘର ଘର ବୁଲି ପ୍ରତେକ ବନ୍ୟା ପ୍ରପୀଡ଼ିତ ପରିବାରଙ୍କୁ ଶୁଖିଲା ଖାଦ୍ୟ ପକେଟ୍ ବଣ୍ଟନ କରିଥିଲେ। ଏହି ଗ୍ରାମଠାରୁ ଏକ କିଲୋ ମିଟର ଦୂର ଋଷିକୁଲ୍ୟା ନଦୀ ତଟରେ ଥିବା ହରିଜନ ବସ୍ତିରେ ଅତି ଦୟନୀୟ ଅବସ୍ଥାରେ ଥିବା ପରିବାର ପାଖକୁ ଜରାଜୀର୍ଣ୍ଣ ରାସ୍ତା ଅତିକ୍ରମ କରି, କାନ୍ଧରେ ରିଲିଫ୍ ସାମଗ୍ରୀ ବୋହି ନେଇ ଟ୍ରଷ୍ଟ ସଦସ୍ୟ/ସଦସ୍ୟା ମାନେ ପହଞ୍ଚିଥିଲେ। ସେଠି ଖାଦ୍ୟ ପକେଟ୍ ସହ ପୁରୁଣା ବସ୍ତ୍ର ପ୍ରତି ପରିବାରକୁ ବଣ୍ଟନ କରି ସେମାନଙ୍କ ଦୁଃଖ ଶୁଣିବା ସହ ଆଶ୍ଵାସନା ଦେଇ ଫେରିଥିଲେ। ଏହାପରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏକ ଗାଆଁକୁ ଯାଇ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ। ସେଠାରୁଜାନିବିଲି ଠାରେ ପ୍ରାୟ ୨୦୦ ପରିବାର ଙ୍କୁ ରିଲିଫ୍ ବଣ୍ଟନ କରିଥିଲେ। ପରିଶେଷରେ ପୁଟୁ ଗ୍ରାମରେ ବଣ୍ଟନ କାର୍ଯ୍ଯ ସାରି ଜଗମୋହନ ଗ୍ରାମରେ ପହଞ୍ଚି ଥିଲେ ଓ ରିଲିଫ୍ ସାମଗ୍ରୀ ବଣ୍ଟନ ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଟ୍ରଷ୍ଟ ସଦସ୍ୟ/ସଦସ୍ୟା ମାନଙ୍କ ଅକ୍ଲାନ୍ତ ପରିଶ୍ରମ, ସିଷ୍ଟାଚାର ବ୍ୟବହାର ଗ୍ରାମବାସୀଙ୍କୁ ଅଭିଭୂତ କରିଥିଲା।ଜନସାଧାରଣରେ କାହ୍ନା ଚାରିଟେବୁଲ ଟ୍ରଷ୍ଟର ଭୂୟସୀ ପ୍ରଶଂସା କରିବା ସହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା। ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର ଟ୍ରଷ୍ଟ ସଦସ୍ୟ/ସଦସ୍ୟା ମାନଙ୍କ ଅର୍ପଣ, ସମର୍ପଣ, ସାହାଯ୍ୟ, ସହଯୋଗ ଓ ସେବା ମନୋଭାବ ପାଇଁ ଗର୍ବିତ ବୋଲି କହିବା ସହ ଆଗକୁ ମଧ୍ୟ ଏହିପରି ସମାଜ ସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.