ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର +୩ ୨ୟ ଓ ୪ର୍ଥ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ

0

ବାରିପଦା-(dillip mohanty)- ଆଜି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ +୩ ଦ୍ୱିତୀୟ ଏବଂ ଚତୁର୍ଥ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ କୁମାର ଚାନ୍ଦ, କୁଳସଚିବ ପ୍ରଫେସର (ଡକ୍ଟର) ପ୍ରମୋଦ କୁମାର ଶତପଥୀ ଏବଂ ପି.ଜି. କାଉନସିଲ ଚେୟାରପରସନ ପ୍ରଫେସର (ଡକ୍ଟର) ସସ୍ମିତା କରଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଏବଂ ସହଯୋଗ ଯୋଗୁଁ ଦ୍ୱିତୀୟ ଏବଂ ୪ର୍ଥ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ କରିବା ସହଜସାଧ୍ୟ ହେଲା ବୋଲି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଜିବେନ୍ଦୁ କୁମାର ମନ୍ତ୍ରୀଙ୍କ ଠାରୁ ପ୍ରକାଶ । ଦ୍ୱିତୀୟ ସେମିଷ୍ଟର କଳା, ବାଣିଜ୍ୟ ଏବଂ ବିଜ୍ଞାନରେ ସର୍ବମୋଟ ୧୭,୧୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଫର୍ମ ପୂରଣ କରିଥିଲେ, ୩୫୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନ ଥିଲେ ଏବଂ ୧୬,୭୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୧୧,୬୯୮ ଜଣ ଛାତ୍ରଛାତ୍ରୀ (୭୦.୨୬%) କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ୪ର୍ଥ ସେମିଷ୍ଟରରେ ମୋଟ ୧୩,୦୮୨ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୧୨୮୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୧୦,୫୮୭ ଜଣ (୮୩.୩୦%) ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ଦ୍ୱିତୀୟ ଏବଂ ୪ର୍ଥ ସେମିଷ୍ଟର ପରୀକ୍ଷା ଫର୍ମ ପୂରଣ ସତ୍ତେ୍ୱ ପରୀକ୍ଷା ଦେଇ ପାରିନାହାନ୍ତି ବା ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଛନ୍ତି ସେମାନେ ବେକ ପରୀକ୍ଷାରେ ଫର୍ମ ପୂରଣ କରିବା ପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ବିଜ୍ଞାପନ ପ୍ରକାଶ ପାଇଛି । ତେଣୁ ରେଗୁଲାର ଦ୍ୱିତୀୟ ଏବଂ ୪ର୍ଥ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ସହିତ ଦ୍ୱିତୀୟ ଏବଂ ୪ର୍ଥ ସେମିଷ୍ଟର (ବ୍ୟାକ) ଛାତ୍ରଛାତ୍ରୀମାନେ ସଂପୃକ୍ତ କଲେଜରେ ଯାଇ ଫର୍ମ ପୂରଣ କରିପାରିବେ ବୋଲି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଜିବେନ୍ଦୁ କୁମାର ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.