ବିଜେଡିର ସ୍ୱତନ୍ତ୍ର ଟିମ୍ ସ୍ୱାଭିମାନ ଅଞ୍ଚଳ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଝୁମ୍ ଡାଙ୍ଗ, ବାଙ୍ଗୁରସୁଧା, ସୁଆପାଲ୍ଲୀ ଗ୍ରାମବାସୀଙ୍କ ସହ ସିଧା ଆଲୋଚନା
ସୀମାନ୍ତ ଗ୍ରାମବାସୀଙ୍କ ପ୍ରତିଶ୍ରୁତି – ଆମେ ଓଡ଼ିଶା ସହ ରହିବୁ, ନବୀନ ବାବୁଙ୍କ ଉପରେ ଭରସା ଅଛି
(ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ଚିତ୍ରକୋଣ୍ଡା ବ୍ଲକ ର ଧୂଳିପୁଟ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଝୁମ୍ ଡାଙ୍ଗ ଗ୍ରାମ ,ବାଙ୍ଗୁରସୁଧା ଗ୍ରାମ ଏବଂ ସୁଆ ପାଲ୍ଲୀ ଗ୍ରାମରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଏକ ସ୍ୱତନ୍ତ୍ର ଟିମ୍ ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଙ୍କ ନେତୃତ୍ୱରେ ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ବିଜେଡି ପ୍ରତିନିଧି ଟିମ୍ ତଥା ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ , ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ ଏବଂ କରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡ଼ି ଓଡିଶା ର ଆନ୍ଧ୍ର ସୀମାନ୍ତ ଗ୍ରାମ ଝୁମ୍ ଡାଙ୍ଗ ଗ୍ରାମରେ ପହଞ୍ଚି ସ୍ଥାନୀୟ ଜନ ସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ର ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଓଡିଶାର ଆନ୍ଦ୍ର ସୀମାନ୍ତ ଗ୍ରାମ ଝୁମ୍ ଡାଙ୍ଗ ,ବାଙ୍ଗୁରସୁଧା ଏବଂ ସୁଆ ପାଲ୍ଲୀ ଗ୍ରାମର ଲୋକମାନେ ଆନ୍ଧ୍ରପ୍ରଦେଶ ର ପଞ୍ଚାୟତ ନିର୍ବାଚନ ରେ ଭୋଟ୍ ଦେଇ ସମର୍ଥନ କରିବା କଥା ଶୁଣି ବିଜୁ ଜନତା ଦଳର ଟିମ୍ ସେମାନଙ୍କ ପାଖରେ ପହଁଚିଲେ । ଅତୀତରେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ଅଞ୍ଚଳର ବିକାଶ କରିଥିଲେ ,ସମସ୍ତ ମୌଳିକ ସୁବିଧା ସୁଯୋଗ ଜଗାଇ ଦେଇ ଥିଲେ ,ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆ ଯାଇଥିଲା କିନ୍ତୁ ବର୍ତ୍ତମାନ ଏ ଡବଲ ଇଞ୍ଜିନ ସରକାର ଅଢେଇ ବର୍ଷ ଭିତରେ କୌଣସି ସେଭଳି ସୁବିଧା ସୁଯୋଗ ଜଗାଇ ଦେଇନାହାନ୍ତି । ବର୍ତ୍ତମାନ ଏହି ଅଞ୍ଚଳର କଂଗ୍ରେସ୍ ର ମାନ୍ୟବର ବିଧାୟକ ମଙ୍ଗୁ ଖିଲ ଏବଂ ଭାରତୀୟ ଜନତା ପାର୍ଟି ଡବଲ ଇଞ୍ଜିନ ର ମାନ୍ୟବର ସାଂସଦ ବଳଭଦ୍ର ମାଝୀ ଏ ଅଞ୍ଚଳ ର କୌଣସି ସମସ୍ୟା ସମ୍ପର୍କରେ ପାର୍ଲାମେଣ୍ଟ କିମ୍ବା ବିଧାନସଭା ରେ ଉପସ୍ଥାପନ କରିନାହାନ୍ତି । ଏଥିପାଇଁ ଏ ଅଞ୍ଚଳର ଜନ ସାଧାରଣ ବର୍ତ୍ତମାନ କଂଗ୍ରେସ୍ ଓ ବିଜେପି କୁ ଭରସା କରି ପାରୁ ନାହାନ୍ତି କାରଣ ଏଇଟି ପିଇବା ପାଣି ମିଳୁ ନାହିଁ , ଆଭାସ ଯୋଜନା ମିଳୁନହିଁ, ଜଙ୍ଗଲ ଜମି ପଟ୍ଟା ,ଘରବାରି ପଟ୍ଟା ମିଳୁ ନାହିଁ , ବୁଢ଼ାବୁଢ଼ୀ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କା ମିଳୁନାହିଁ ,ସୁଭଦ୍ରା ଯୋଜନା ମା ମାନଙ୍କୁ ମିଳୁ ନାହିଁ , ୩୦୦ ୟୁନିଟ୍ ବିଜୁଳୀ ମାଗଣା ଦେବୁ କହିଥିଲେ ତାହା ମଧ୍ୟ ଦେଇ ନାହାନ୍ତି ଏହିଭଳି ଅନେକ ସମସ୍ୟା ଏହି ଅଢେଇ ବର୍ଷ ମଧ୍ୟରେ ଡବଲ ଇଞ୍ଜିନ ସରକାର ଙ୍କ ଆସ୍ଥା ପ୍ରକଟ କରି ଏବଂ କଂଗ୍ରେସ୍ ବିଧାୟକ ଙ୍କ ଆସ୍ଥା ପ୍ରକଟ କରି ଭୋଟ୍ ଦେଇଥିଲେ ସେ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ଯାଇଛି ବର୍ତ୍ତମାନ ମାନ୍ୟବର ବିଧାୟକ ଓ ସାଂସଦ ଉପରେ ଭରସା ଭାଙ୍ଗି ଯାଇଛି । ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଟିମ୍ ଆସି ଏଠାରେ ଦେଖିବା କୁ ପାଉଛୁ କି ସମସ୍ତ ଙ୍କ ଆଧାର କାର୍ଡ ଡବଲ୍ ,ରାସନ୍ କାର୍ଡ ଡବଲ୍ , କୁଲି କାର୍ଡ ଡବଲ୍ । ଏ ଅଞ୍ଚଳର ଲୋକ ଆନ୍ଧ୍ର ରେ ଯେଉଁ ସୁବିଧା ପାଉଛନ୍ତି ମେଡିକାଲ ହେଉ କି ଅନ୍ୟାନ୍ୟ ସୁବିଧା ପାଉଛନ୍ତି ସେଥିପାଇଁ ଏମାନେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ରେ ଭୋଟ୍ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଆମ୍ଭେ ବିଜୁ ଜନତା ଦଳର ଟିମ୍ ଆସି ବୁଝାଇଲା ପରେ ବୁଝିଲେ , ଏଥିର ଏ ଅଞ୍ଚଳର ଗ୍ରାମବାସୀ କେବଳ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ହୀ ଆମ ଦୁଃଖ ବୁଝୁଥିଲେ ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଆମ କଥା ବୁଝୁ ନାହାନ୍ତି ବୋଲି କହିବା ସହ ବିଜୁ ଜନତା ଦଳ ତରଫରୁ ବୁଝାଇଛନ୍ତି ସେଥିପାଇଁ ଆପଣମାନଙ୍କ କଥା ଏବଂ ବିଶ୍ୱାସ ଭରଷା କରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ମାଲକାନଗିରି ,ଜିଲ୍ଲା ପରିଷଦ ଅଧ୍ୟକ୍ଷା , ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା ,ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ଙ୍କ ଉପରେ ଆସ୍ଥା ପ୍ରକଟ କରି ଆଜି ଆମ୍ଭେ ପୁଣି ଓଡ଼ିଶାର ନବୀନ ପଟ୍ଟନାୟକ ବାବୁଙ୍କର ଉପରେ ଭରଷା କରି ଓଡ଼ିଶାର କଥା ଶୁଣି ଓଡିଶା ସହିତ ରହିବୁ ବୋଲି ୱାର୍ଡ ମେମ୍ବର ସିତାମା ହନ୍ତାଳ , ନାକା ରାଜୁ ଖିଲ ,କାଳିଆ ହନ୍ତାଳ ,ମାଲେଶ ରାଓ ହନ୍ତାଳ ,ଜାନବାଵ ହନ୍ତାଳ ,ଡମୁ ଖିଲ , ସାରିୟା ଗୋଲରୀ ,ଶିବାଜୀ ହନ୍ତାଳ ,ଭେଙ୍କେଟ ରାଓ ହନ୍ତାଳ ,ସାମସନ ହନ୍ତାଳ ,ବାବୁ ରାଓ ହନ୍ତାଳ ,ଚିନା ରାଓ ଖିଲ ,ଅଟେଶ୍ ରାଓ ହନ୍ତାଳ ,କେଶବ ରାଓ ଗଲରି ,ମାନିଙ୍ଗା ହନ୍ତାଳ ପ୍ରମୁଖ ପ୍ରତିଶ୍ରୁତି ଦେଇଛନ୍ତି । ଝୁମ୍ ଡାଙ୍ଗ ଗ୍ରାମ ,ବାଙ୍ଗୁରସୁଧା ଗ୍ରାମ ଏବଂ ସୁଆ ପାଲ୍ଲୀ ଗ୍ରାମର ଏହି ପଦକ୍ଷେପ କୁ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ନିଶ୍ଚିତ ଭାବରେ ମାଲକାନଗିରି ଜିଲ୍ଲାର ଜିଲ୍ଲା ପ୍ରଶାସନ ର ଜିଲ୍ଲାପାଳ ଏବଂ ଚିତ୍ରକୋଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ ଓ ଚିତ୍ରକୋଣ୍ଡା ତହସିଲଦାର ଙ୍କ ସହ ଆଲୋଚନା କରି ଧୂଳିପୁଟ ଗ୍ରାମ ପଞ୍ଚାୟତ ଓ ପାପେର ମେଟ୍ଲା ଗ୍ରାମ ପଞ୍ଚାୟତ ର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିବା କହିବା ସହ ଓଡ଼ିଶା ରାଜ୍ୟ ମାଲକାନଗିରି ଜିଲ୍ଲା ର ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ସୀମାନ୍ତ ସମସ୍ତ ଗ୍ରାମ ମାନଙ୍କୁ ଆଦର୍ଶ ଗ୍ରାମ କରିବା ପାଇଁ ଉନ୍ନତି ମୂଳକ ପଦକ୍ଷେପ ନିଅନ୍ତୁ ନଚେତ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଡବଲ ଇଞ୍ଜିନ ରାଜ୍ୟ ସରକାର ବିରୁଦ୍ଧରେ ବିଜୁ ଜନତା ଦଳ ତରଫରୁ ଲଢେ଼ଇ କରିବୁ ଓ ତା ସହିତ ସୀମାନ୍ତ ଗ୍ରାମ ଗୁଡିକ ଆଦର୍ଶ ଗ୍ରାମ ରେ ନ ପରିଣତ କରିବା ଯାଏ ଏ ଲଢେ଼ଇ ଜାରି ରହିବ ବୋଲି ସଭାପତି ମାନସ ମାଡକାମୀ କହିଛନ୍ତି । ବିଜୁ ଜନତା ଦଳର ଏହି ସ୍ୱତନ୍ତ୍ର ଟିମ୍ ମଧ୍ୟରେ ସଂଖ୍ୟାଲଘୁ ସେଲ୍ ଜିଲ୍ଲା ସଭାପତି ରାଜେନ୍ଦ୍ର ଖସଲା , ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ପାଣିଗ୍ରାହୀ ,ବିଜେଡି ଜିଲ୍ଲା ସମ୍ପାଦକ ସଦାନନ୍ଦ ଖରା ,ଚିତ୍ରକୋଣ୍ଡା ବ୍ଲକ ସଭାପତି ରାମଚନ୍ଦ୍ର ଗାଲେଲ ,ଚିତ୍ରକୋଣ୍ଡା ବ୍ଲକ ସାଧାରଣ ସମ୍ପାଦକ ତପନ ସାହା ପ୍ରମୁଖ ଙ୍କ ସହ ବିଜୁ ଜନତା ଦଳର ସମସ୍ତ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।