ରାକେଶ କୁମାର ସାହୁ ଦ୍ୱିତୀୟ ଥର ପାଇଁ ଡିଭିଜନାଲ ସେକ୍ରେଟାରୀ ନିର୍ବାଚିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:: ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ସଂଘ (AIGDSU), ରାୟଗଡ଼ା ଡିଭିଜନର ୪ର୍ଥ ଦ୍ୱିବାର୍ଷିକ ସମ୍ମିଳନୀ ଗୁଣୁପୁରସ୍ଥିତ ଟାଉନ୍ ହଲ୍ଠାରେ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଗ୍ରାମୀଣ ଡାକ ସେବକମାନଙ୍କର ନ୍ୟାୟସଙ୍ଗତ ଦାବି, ଅଧିକାର, କାର୍ଯ୍ୟକ୍ଷେତ୍ରର ସମସ୍ୟା ଓ ସାଂଗଠନିକ ଏକତା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ସମ୍ମିଳନୀରେ କମ୍ରେଡ୍ ରାକେଶ କୁମାର ସାହୁ ପୁନର୍ବାର ଦ୍ୱିତୀୟ ଥର ପାଇଁ AIGDSU ରାୟଗଡ଼ା ଡିଭିଜନର ଡିଭିଜନାଲ ସେକ୍ରେଟାରୀ ଭାବେ ନିର୍ବାଚିତ ହୋଇଥିବାବେଳେ, କମ୍ରେଡ୍ ହରିଶ୍ଚନ୍ଦ୍ର ପାଣିଗ୍ରାହୀ ସଭାପତି ଏବଂ କମ୍ରେଡ୍ ରବି ନାରାୟଣ ଦାଶ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ଅନ୍ୟାନ୍ୟ ସାଂଗଠନିକ ପଦବୀ ପାଇଁ ମଧ୍ୟ ସଦସ୍ୟମାନଙ୍କୁ ଚୟନ କରାଯାଇଛି।
ସମ୍ମିଳନୀର ମୁଖ୍ୟ ଅତିଥି ଭାବେ AIGDSU ଓଡ଼ିଶା ସର୍କଲର ସର୍କଲ ସେକ୍ରେଟାରୀ କମ୍ରେଡ୍ ସରତ କୁମାର ମାନସିଂହ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ AIGDSU ଓଡ଼ିଶା ସର୍କଲର ସଭାପତି କମ୍ରେଡ୍ କୃଷ୍ଣଚନ୍ଦ୍ର ପ୍ରଧାନ,ମୁଖ୍ୟ ବକ୍ତା କମ୍ରେଡ୍ ଏ. ସନ୍ତୋଷ କୁମାର, ମୁଖ୍ୟ ଭାଷଣକାରୀ କମ୍ରେଡ୍ ବିଜୟ କିଶୋର ଦାସ, କମ୍ରେଡ୍ ବାଲଗୋପାଳ ଦାଶ, କମ୍ରେଡ୍ ରାଜେଶ କୁମାର ରାୟପଲ୍ଲୀ o ବହୁ gds ଯୋଗଦେଇଥିଲେ। ଅଧିବେଶନର ମଞ୍ଚରେ କମ୍ରେଡ୍ ସରତ କୁମାର ମାନସିଂହ, କମ୍ରେଡ୍ ବିଜୟ କିଶୋର ଦାସ, କମ୍ରେଡ୍ ଏ. ସନ୍ତୋଷ ଅଧିକାରୀ, କମ୍ରେଡ୍ ରାଜେଶ କୁମାର ରାୟପଲ୍ଲୀ, କମ୍ରେଡ୍ ଲକ୍ଷ୍ମଣ ରତ୍ନାଲୁ ଓ କମ୍ରେଡ୍ ବାଲଗୋପାଳ ଦାଶଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ରହି ଗ୍ରାମୀଣ ଡାକ ସେବକମାନଙ୍କ ସମସ୍ୟା ଓ ସଂଘର୍ଷ ସମ୍ପର୍କରେ ନିଜର ମତ ରଖିଥିଲେ।
ବକ୍ତାମାନେ ଗ୍ରାମୀଣ ଡାକ ସେବକମାନଙ୍କ କାର୍ଯ୍ୟଭାର, ଅତିରିକ୍ତ କାର୍ଯ୍ୟ ପାଇଁ ଉପଯୁକ୍ତ ଭତ୍ତା, ଛୁଟି ଅଧିକାର, ଖାଲି ପଦବୀ ପୂରଣ, ଉଚିତ୍ ପାରିଶ୍ରମିକ ଏବଂ ଅଷ୍ଟମ ବେତନ ଆୟୋଗରେ GDSମାନଙ୍କୁ ସାମିଲ କରିବା ଭଳି ବିଭିନ୍ନ ଦାବି ଉପରେ ଆଲୋକପାତ କରିଥିଲେ। ସଂଘର ଏକତା ଓ ଗଣତାନ୍ତ୍ରିକ ଆନ୍ଦୋଳନ ମାଧ୍ୟମରେ କର୍ମଚାରୀଙ୍କ ଅଧିକାର ହାସଲ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ନବନିର୍ବାଚିତ ଡିଭିଜନାଲ ସେକ୍ରେଟାରୀ କମ୍ରେଡ୍ ରାକେଶ କୁମାର ସାହୁ ସଂଘର ସମସ୍ତ ସଦସ୍ୟଙ୍କ ଆସ୍ଥା ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇବା ସହ ଗ୍ରାମୀଣ ଡାକ ସେବକମାନଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ଏବଂ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ନିରନ୍ତର କାର୍ଯ୍ୟ କରିବାର ସଂକଳ୍ପ ପ୍ରକାଶ କରିଥିଲେ।
ଏହି ସମ୍ମିଳନୀ ଗ୍ରାମୀଣ ଡାକ ସେବକମାନଙ୍କ ମଧ୍ୟରେ ନୂତନ ଉତ୍ସାହ, ଏକତା ଓ ସଂଘର୍ଷର ମନୋଭାବ ସୃଷ୍ଟି କରିବା ସହିତ ସେମାନଙ୍କ ଅଧିକାର ପାଇଁ ଆଗାମୀ ଦିନରେ ସଂଗଠିତ ଭାବେ ଲଢ଼େଇ ଜାରି ରଖିବାର ଆହ୍ୱାନ ଦେଇଥିଲା।