ନବରାତ୍ର ର ପ୍ରଥମ ଦିନରେ ମାଁ ଦୁର୍ଗା ଙ୍କ ଶୈଳପୁତ୍ରୀ ବେଶ

97

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଶାରଦୀୟ ନବରାତ୍ର ର ପ୍ରଥମ ଦିବସରେ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଚେତନାର ଏକ ଅପୂର୍ବ ସମାଗମ ଦେଖିବାକୁ ମିଳିଥିଲା। ପଦ୍ମପୁର ବଡ଼ବନ୍ଧ ସ୍ଥିତ ନବଦୁର୍ଗା ମନ୍ଦିର ଠାରେ ଆଜି ମାଁ ଦୁର୍ଗା ଙ୍କୁ ଶୈଳପୁତ୍ରୀ ବେଶରେ ସମସ୍ତ ଭକ୍ତବତ୍ସଳ ଦର୍ଶନ ପାଇ ନିଜର ମଙ୍ଗଳ କାମନା କରିଥିଲେ। ଆଜିର ପୂଜା ପାଇଁ ଶ୍ରୀ ରଜନୀ ଦାଶ ତାଙ୍କର ଧର୍ମପତ୍ନୀ ଉର୍ମିଳା ପଣ୍ଡା ଓ ଶ୍ରୀ ଅକ୍ଷୟ କୁମୁରିଆ ତାଙ୍କର ଧର୍ମପତ୍ନୀ ଶ୍ରୀୟା କୁମୁରିଆ କର୍ତ୍ତା ଦାୟୀତ୍ୱ ତୁଲାଇଥିଲେ। ପ୍ରାତଃ ସମୟ ସକାଳ ଘ. ୭. ୦ ଣ୍ଟା ସମୟରେ ମାଁ ମାଉସୀ ଙ୍କ ଏକ ଭବ୍ୟ ଶୋଭାଯାତ୍ରା ରେ କଳସ ସ୍ଥାପନ ପାଇଁ ନିକଟସ୍ଥ ବଡ଼ବନ୍ଧ କୁ ଯାଇ ଜଳ ଭର୍ତ୍ତି ପୂର୍ଣ୍ଣ କଳସ ଆଣି ମନ୍ଦିର ରେ ସ୍ଥାପନ କରାଯାଇଥିଲା। ମୁଖ୍ୟ ପଣ୍ଡିତ ଶ୍ରୀ ରଘୁନାଥ ତ୍ରିପାଠୀ ଙ୍କ ମନ୍ତ୍ର ଉଚ୍ଚାରଣ ଓ ଶଙ୍ଖ ନାଦରେ ଆଦ୍ୟ ଦେବତା ଶ୍ରୀଗଣେଶ ଙ୍କୁ ଆବାହନ କରି ସୂର୍ଯ୍ୟ ଦେବତାଙ୍କୁ ଶୋଡଷ ଉପଚାରରେ ପୂଜାର୍ଚ୍ଚନା କରି ମାଁ ଦୁର୍ଗା ଙ୍କ ଶୈଳପୁତ୍ରୀ ବେଶ ପାର୍ଶ୍ଵ ଦେବଦେବୀଙ୍କୁ ଆଳତି ସହିତ ପୂଜା କରାଯାଇଥିଲା। ନବ ଦିନାତ୍ମକ ନବଦୁର୍ଗା ପୂଜା ଚଣ୍ଡୀପାଠ ପାଇଁ ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଅଶୋକ ପଣ୍ଡା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ପ୍ରବୀଣ ମିଶ୍ର, ପଣ୍ଡିତ ବିଘ୍ନରାଜ ନନ୍ଦ, ବନଦୁର୍ଗା ମନ୍ଦିର ପୂଜକ ଶ୍ରୀ ପ୍ରଶାନ୍ତ ପଣ୍ଡା, ଲକ୍ଷ୍ମୀନାରାୟଣ ମନ୍ଦିର ପୂଜକ ଶ୍ରୀ ଉଦୟ ନନ୍ଦ ଓ ଶଙ୍ଖୁଆ ଶ୍ରୀ ସୌଭାଗ୍ୟ ରଞ୍ଜନ ମହାପାତ୍ର, ବାରିକ ଶ୍ରୀ ଗୌରାଙ୍ଗ ବାରିକ ମୁଖ୍ୟ ପଣ୍ଡିତଙ୍କୁ ସହଯୋଗ କରିଥିଲେ। ବନଦୁର୍ଗା ମନ୍ଦିର ପୂଜା କମିଟି ସଭାପତି ଡାକ୍ତର ପ୍ରଭାତ ନାରାୟଣ ତ୍ରିପାଠୀ ଙ୍କ ନେତୃତ୍ୱ ରେ ସମ୍ପାଦକ ଶ୍ରୀ ଗୋପାଳ ଚନ୍ଦ୍ର ଭୋଇ, କୋଷାଧକ୍ଷ୍ୟ ଶ୍ରୀ ଅନିଲ କୁମାର ବେହେରା, ସଦସ୍ୟ ଶ୍ରୀ ସୁଶାନ୍ତ ପଧାନ,ଶ୍ରୀ ଗଜାନନ ଶର୍ମା,ଶ୍ରୀ ବିଷ୍ଣୁ ଥପା, ଶ୍ରୀ ନାରାୟଣ ଭୋଇ, ଶ୍ରୀ ଗୋବର୍ଦ୍ଧନ ବାଗ, ଶ୍ରୀ ଗଜାନନ ଅଗ୍ରୱାଲ, ଶ୍ରୀ ପ୍ରତାପ ମିଶ୍ର,ଶ୍ରୀ ବୁଧୁ ସାହୁ ଓ ଶ୍ରୀ ଉମେଶ ସାହୁ ସମସ୍ତ କାର୍ଯ୍ୟକ୍ରମ କୁ ସହଯୋଗ କରି ସାଫଲ୍ୟ କରିଥିଲେ।

Leave A Reply

Your email address will not be published.