ବେଲଗୁଣ୍ଠା,୨୪/୧୧-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠାଠାରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମ ଜୟନ୍ତୀ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳୁ ନଗର ସଙ୍କୀର୍ତ୍ତନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ଷୋଡ଼ଶ ଉପଚାର ପୂଜା, ସାଇ ହୋମ ଓ ୧୦୦୮ ନାମ ଜପ ଆଦି ଧାର୍ମିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।
ସାଇ ହୋମରେ ଅମରନାଥ ପାତ୍ର ଓ ଶିବାନୀ ପାତ୍ର କର୍ତ୍ତା ଭାବେ ଯୋଗଦେଇଥିବା ବେଳେ ପୁରୋହିତ ଗୌରୀ ପତି ପୂଜାବିଧି ସମ୍ପନ୍ନ କରିଥିଲେ। ଏହାପରେ ଭଜନ, କୀର୍ତ୍ତନ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭକ୍ତମାନେ ସାଇବାବାଙ୍କ ଭଜନ ଓ ନାମ ସଙ୍କୀର୍ତ୍ତନରେ ମଜ୍ଜି ଯାଇଥିଲେ।
କାର୍ଯ୍ୟକ୍ରମରେ ଯୁବ ସଂଯୋଜକ ଦୀନେଶ ପାତ୍ର, ସେବା ସଂଯୋଜକ ନାରାୟଣ ବାଡ଼ତ୍ୟା, ସକ୍ରିୟ କର୍ମୀ ସୁନୀଲ ପାତ୍ର, ଗୌରୀ ପତି, ବିଷ୍ଣୁ ଚରଣ ପାଢ଼ୀ ଓ ବାପୁ ସୁବୁଦ୍ଧିଙ୍କ ସମେତ ସମସ୍ତ ସକ୍ରିୟ ସଦସ୍ୟ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.