ଓଡ଼ଗାଁ, ୨୪।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ଶ୍ରୀସତ୍ୟସାଇ ଆଧ୍ୟାତ୍ମିକ ଶିକ୍ଷା ଓ ସାମୂହିକ ସେବା କେନ୍ଦ୍ର ପରିସରରେ ଶ୍ରୀସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମଜୟନ୍ତୀ ସୋମବାର ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ଓଁକାର, ସୁପ୍ରଭାତମ୍, ନଗର ସଂକୀର୍ତ୍ତନ ଓ ପ୍ରଶାନ୍ତି ପତାକା ଉତ୍ତୋଳନ କରାଯାଇଥିଲା। ପରେ ବେଦଜ୍ଞ ପଣ୍ଡିତ ଶିବ ଷଡ଼ଙ୍ଗୀଙ୍କ ଦ୍ୱାରା ଷୋଡ଼ଶ ଉପଚାର ପୂଜା ଓ ବିଶ୍ୱଶାନ୍ତି ଘୃତଯଜ୍ଞ ଅନୁଷ୍ଠିତ ହେବା ସହ ୧୦୮ ଆହୁତି ପ୍ରଦାନ କରାଯାଇଥିଲା। ଯୁବ ସଂଯୋଜକ ଚନ୍ଦନ ପାତ୍ର ସପତ୍ନୀକ କର୍ତ୍ତା ଭାବେ ଯଜ୍ଞରେ ଅଂଶଗ୍ରହଣ କରିଥିଲେ। ସନ୍ଧ୍ୟାରେ ଓଁକାର ଚିତ୍ର ସମ୍ମୁଖରେ ଅଖଣ୍ଡ ଜ୍ୟୋତି ପ୍ରଜ୍ଜ୍ୱଳନ, ୧୦୧ ଦୀପ ପ୍ରଜ୍ଜ୍ୱଳନ, ସାମୂହିକ ବେଦପାଠ ଓ ସାଇ ଭଜନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କେନ୍ଦୁଝର ବାଲ ବିକାଶ କେନ୍ଦ୍ରର ପୁରାତନ ଛାତ୍ର ତଥା ସ୍ଥାନୀୟ ଥାନାର ଆଇଆଇସି ସତ୍ୟନାରାୟଣ ବାରିକଙ୍କୁ ସେବାକେନ୍ଦ୍ର ଅଧ୍ୟକ୍ଷ ଆଦର୍ଶ କୁମାର ପଟ୍ଟନାୟକ ଉତ୍ତରୀୟ ଓ ବିଭୂତି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବାଲ ବିକାଶ ଶିଶୁମାନଙ୍କ ପକ୍ଷରୁ ଜନ୍ମଦିନ କେକ୍ କଟାଯିବା ସହ ଆଇଆଇସି ବାରିକ ଓ ଶିଶୁମାନେ ସାମୂହିକ ଆରତି କରିଥିଲେ।
ଏଥିସହ ସାଇ ସେବା ସମିତି ପକ୍ଷରୁ ଅମୃତ କଳସ ପ୍ରଦାନ ଓ ନାରାୟଣ ସେବା ଆୟୋଜନ କରାଯାଇ ପ୍ରାୟ ଦେଢ଼ ହଜାର ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସେବାକେନ୍ଦ୍ର ଅଧ୍ୟକ୍ଷ ଆଦର୍ଶ ପଟ୍ଟନାୟକ, ଯୁବ ସଂଯୋଜକ ଚନ୍ଦନ ପାତ୍ର, ସମିତି କାର୍ଯ୍ୟକାରୀ ଆବାହକ ପ୍ରକାଶ ଆଚାରୀ, ସୁନୀଲ ଭଟ୍ଟ, ବିରଞ୍ଚି ସାହୁ, କୁଳମଣି ନାୟକ, ସିଲୁ ପାତ୍ର, ମମତା ସାହୁ, ବିଜୟଲକ୍ଷ୍ମୀ ସାମଲ ଓ ସ୍ୱର୍ଣ୍ଣଲତା ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.