ଦମ୍ ଦେଖାଇଲେ ରଘୁନନ୍ଦନ: ଏରସମାରେ ସମାବେଶରେ ଜନସମୁଦ୍ର – ବିରୋଧି ଛାନିଆ

0

ଜଗତସିଂହପୁର; ରମେଶ ମହାନ୍ତି – ଏରସମା – ବାଲିକୁଦା ନିର୍ବାଚନ ମଣ୍ଡଳୀର ଏରସମା ବଜାର ସ୍ଥିତ ଉଚ୍ଚବିଦ୍ୟାଳୟ ସମ୍ମୁଖ ପଡିଆରେ ବିଜେଡିର ଏକ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ  ହୋଇଯାଇଛି । ଏହି ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେଡି ବିଧାୟକ ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ  ଏହି ବିଶାଳ ସମାବେଶରେ ଯୋଗଦେଇଥିବା ଜନସମୁଦ୍ରକୁ ଦେଖି ବିରୋଧି କୁଆଡେ ଛାନିଆ ହୋଇଯାଇଥିବା ଶୁଣିବାକୁ ମିଳିଛି । ରଘୁନନ୍ଦନ ଦାସଙ୍କ ଭଳି ଜଣେ ଉତମ ବ୍ୟକ୍ତିତ୍ୱ ବିଜେଡର ପ୍ରାର୍ଥୀ ହୋଇଥିବାରୁ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ସ୍ୱତପ୍ରବୃତ ଭାବେ କଂଗ୍ରେସ ଓ ବିଜେପିର ଆଗଧାଡିର ନେତାଙ୍କ ସହିତ ଶହ ଶହ କର୍ମୀ ବିଜେଡିରେ ଯୋଗଦେଉଥିବା ଚର୍ଚ୍ଚା ହେଉଛି । ଏରସମା ବ୍ଲକ ବିଜେଡି ସଭାପତି ପିତବାସ ଗୋଛାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ସମାବେଶରେ ବିଧାୟକ ପ୍ରାର୍ଥୀ ରଘୁନନ୍ଦନ ଦାସ  ଓ ସାଂସଦ ପ୍ରାର୍ଥୀନି ଡାଃ. ରାଜଶ୍ରୀ ମଲ୍ଲିକ ଯୋଗଦେଇ ରାଜ୍ୟସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ, ରାଜ୍ୟ ବିଜେଡି ସାଧାରଣ ସଂପାଦକ ଶାରଦା ପ୍ରସାଦ ଜେନା ଦଳୀୟ ପ୍ରର୍ଥୀଙ୍କୁ ଜିତାଇବାକୁ ଉପସ୍ଥିତ ଜନସମୁଦ୍ରକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ପ୍ରଣବ ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳୀ ବେଉରା, ପୂର୍ବତନ ବ୍ଲକ ଚେୟାରମ୍ୟାନ ମାନସ ରଂଜନ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ତୃପ୍ତି ରଂଜନ କୁଅଁର, ଇତିଶ୍ରୀ ଭୁୟାଁ, ସ୍ୱର୍ଣ୍ଣଲତା ସେନାପତି, ତାମିଲ ପ୍ରଧାନ, ପଦ୍ମଲୋଚନ ଦାସ, ଗୀତାଞ୍ଜଳୀ ସ୍ୱାଇଁ, ରଘୁନାଥପୁରର ଡେଜାଲିନ ମହାପାତ୍ର ପ୍ରମୁଖଙ୍କ ସମେତ ବିଜେଡି ସମର୍ଥୀତ ବହୁ ସରପଂଚ, ସମିତି ସଭ୍ୟ ଓ ୧୫ହଜାରରୁ ଉଦ୍ଧ୍ୱର୍ କର୍ମୀ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।   

 

 

Leave A Reply

Your email address will not be published.